ଏୟର ବସ୍ ସିଇଓ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ
ନୂଆଦିଲ୍ଲୀ : ଏୟାରବସ୍ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଗିଲଉମେ ଫାଉରୀ ବୁଧବାର ଦିନ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଫାଉରୀ ସାକ୍ଷାତ ପରେ ଫଟୋ ପୋଷ୍ଟ କରି ଟ୍ୱୀଟ୍ କରିଛନ୍ତି, ଏୟାରବସ୍ର ସହିତ ଏକ ଉତ୍କୃଷ୍ଟ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ଗର୍ବ ଯେ ଭାରତ ପ୍ରତି ଆମର ପ୍ରତିବଦ୍ଧତା ଏୟାରସ୍ପେସ ଏବଂ ରକ୍ଷା ପାଇଁ ଆପଣଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଯୋଗଦାନ ଦେଉଛି।
