ଦିଲ୍ଲୀ ପ୍ରଦୂଷଣ ସ୍ଥିତି ମୁକାବିଲା ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗଙ୍କ ସମୀକ୍ଷା ବୈଠକ
Commuters make their way amid smoggy conditions in Ghaziabad on Nov. 5, 2021.
ଫସଲ ଅବଶେଷ ପରିଚାଳନା ପାଇଁ ସବୁ ରଣନୀତି କାର୍ଯ୍ୟକାରୀ କରାଯିବ
ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି ।
ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି, କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ । ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି । ୧୫ ସେପ୍େଟମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ୍? ୭ ହଜାର ୩୬ଟି ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ଏହା ଗତବର୍ଷ ସମାନ ଅବଧିରେ ହୋଇଥିବା ୬ ହଜାର ୪୬୩ଟି ଫସଲ ଅବଶେଷ ଜଳାଇବା ଘଟଣା ତୁଳନାରେ ଅଧିକ । ଆହୁରି ଚଳିତ ଧାନ ଉତ୍ପାଦନ ଋତୁରେ ପଞ୍ଜାବର ୬ଟି ଜିଲ୍ଲା ଯଥା ଅମୃତସର, ଫିରୋଜପୁର, ଗୁରଦାସପୁର, କପୁରତଲା, ପଟିଆଲା ଓ ତର୍ଣ୍ଣ ତରନରେ ୭୦% ଫସଲ ଅବଶେଷ ଜଳାଇବା ଘଟଣା ଘଟିଛି । ପଞ୍ଜାବରେ ମୋଟ୍ ୭ହଜାର ୩୬ଟି ଘଟଣା ମଧ୍ୟରୁ ଏହି ଛଅଟି ଜିଲ୍ଲାରେ ୪ହଜାର୮୯୯ଟି ଘଟଣା ଘଟିଛି । ଏଗୁଡ଼ିକର ପାରମ୍ପରିକ ଭାବେ ହଟସ୍ପଟ୍ ଜିଲ୍ଲା ହୋଇଥିବାରୁ ଗତ ବର୍ଷ ଏସବୁ ଜିଲ୍ଲାରେ ୬୫% ଫସଲ ଅବଶେଷ ଜାଳିବା ଘଟଣା ଘଟଥିଲା । ଗତ ଛଅ ଦିନ ମଧ୍ୟରେ ଏସବୁ ଜିଲ୍ଲାରେ ୬୧% ଫସଲ ଜାଳିବା ଘଟଣା ଦେଖିବାକୁ ମିଳିଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଫସଲ ଅବଶେଷ ଜଳାଇବା ଘଟଣାର ନିରାକରଣ ଓ ନିୟନ୍ତ୍ରଣ ପାଇଁ ପଞ୍ଜାବ ସରକାରଙ୍କ ପ୍ରସ୍ତୁତି ଦିଗରେ ରାଜ୍ୟ ପ୍ରଶାସନିକ କଳକୁ ସଚେତନ କରିବା ଉଦ୍ଦେଶ୍ୟରେ ୨୦୨୨ ଧାନ ବୁଣା ଋତୁର ଯଥେଷ୍ଟ ପୂର୍ବରୁ, ଅର୍ଥାତ୍? ଫେବୃଆରୀ ୨୦୨୨ରୁ ଆୟୋଗ କାର୍ଯ୍ୟ କରି ଆସୁଛନ୍ତି । କାର୍ଯ୍ୟ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ, ପରିବେଶ, ଶକ୍ତି ଓ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ମଧ୍ୟ ଆଲୋଚନା କରି ଆସୁଛନ୍ତି । ଫସଲ ଅବଶେଷ ଜଳାଇବାର ନିରାକରଣ ପାଇଁ ବିଭିନ୍ନ ସମୟରେ ପଞ୍ଜାବ ସରକାରଙ୍କ ସହ ଆୟୋଗ ନଅଟି ବୈଠକ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହିତ ମଧ୍ୟ ପାଞ୍ଚଟି ବୈଠକରେ ଆଲୋଚନା ହୋଇଛି । ବୈଠକରେ ନିମ୍ନୋକ୍ତ ପ୍ରମୁଖ ବିଷୟ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଛି ।
ଫସଲ ଅବଶେଷ ପରିଚାଳନା (ସିଆରଏମ) ଯୋଜନା ଅଧୀନରେ ୨୦୨୨-୨୩ ବର୍ଷରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅବଣ୍ଟନ କରାଯାଇଥିବା ପାଣ୍ଠି ଜରିଆରେ ଅତିରିକ୍ତ କୃଷି ଯନ୍ତ୍ରାଂଶ ତୁରନ୍ତ କିଣିବା । କଷ୍ଟମ ହାୟାରିଂ ସେଣ୍ଟର ଓ ସମବାୟ ସମିତିରେ ଉପଲବ୍ଧ ବ୍ୟବସ୍ଥାର ମ୍ୟାପିଂ । ଗ୍ରାମ/କ୍ଲଷ୍ଟର ସ୍ତରରେ ବିଳମ୍ବିତ ଅମଳ କାର୍ଯ୍ୟସୂଚୀ ସମେତ ସିଆରଏମ ବ୍ୟବସ୍ଥାର ସର୍ବୋତ୍ତମ ଉପଯୋଗ । ଫସଲ ଅବଶେଷ ପରିଚାଳନାରେ ସହାୟତା ପାଇଁ ବାୟୋ-ଡିକମ୍ପୋଜର ପ୍ରୟୋଗ ବୃଦ୍ଧି । ଏକ୍ସ-ସିଟୁ ଉପଯୋଗ ଦିଗରେ ଯୋଗାଣ ଶୃଙ୍ଖଳୁ ସୁଦୃଢ଼ କରିବା ଲାଗି ସୁବିଧା ପ୍ରଦାନ କରିବା । ଅନୁଧ୍ୟାନ ଓ ନିରୀକ୍ଷଣ କାମକୁ ତ୍ୱରାନ୍ୱିତ କରିବା । ଫସଲ ଅବଶେଷ ପରିଚାଳନା ଏବଂ ସବୁ କୃଷି ଅଗ୍ନି ଘଟଣାରେ ଉପଯୁକ୍ତ କାର୍ଯ୍ୟ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଆୟୋଗ ପଞ୍ଜାବର ମୁଖ୍ୟ ଶାସନ ସଚିବଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟ କରୁଛି । ହଟସ୍ପଟ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବା ସହିତ ସମୀକ୍ଷା ବୈଠକ କରାଯାଉଛି । ରାଜ୍ୟ ସରକାରଙ୍କର ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୫ ସେପ୍େଟମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର ୨୦୨୨ ଅବଧି ମଧ୍ୟରେ ହରିୟାଣାରେ ମୋଟ୍ ୧୪୯୫ଟି ଧାନ ଫସଲ ଅବଶେଷ ଜାଳିବା ଘଟଣା ଘଟିଛି । ଏହା ପୂର୍ବବର୍ଷ ଘଟିଥିବା ୨,୦୧୦ଟି ଧାନ ଅବଶେଷ ଜାଳିବା ଘଟଣା ଠାରୁ ୨୬% ପ୍ରତିଶତ କମ । ହରିୟାଣାର ମୁଖ୍ୟ ଶାସନ ସଚିବ ଏବଂ ଉପ ଆୟୁକ୍ତଙ୍କ ସହିତ ଗତ ସପ୍ତାହରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଫସଲ ଅବଶେଷ ଜାଳିବା ଘଟଣାକୁ ରାଜ୍ୟରେ ଆହୁରି ନିୟନ୍ତ୍ରଣକୁ ଆଣିବା ଲାଗି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପରାମର୍ଶ ଦେଇଛି ।
