ବାଲେଶ୍ୱରରେ ଖୁବ୍ଶୀଘ୍ର ଉଦ୍ଘାଟନ ହେବ ଏମସ୍ ସାଟେଲାଇଟ ସେଣ୍ଟର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏମ୍ପି
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଗୋଲେଇ ନିକଟରେ ଦୀର୍ଘଦିନ ଧରି ନୂତନ ଭାବେ ନିର୍ମାଣ ହୋଇଥିବା ଏମସ୍ ସାଟେଲାଇଟ୍ ସେଣ୍ଟରର ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ଉଦ୍ଘାଟନ ପାଇଁ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଲିଖିତ ଦାବି କରିଛନ୍ତି । ସେଣ୍ଟରକୁ ଆହୁରି ଅଧିକ ଅନୁଦାନ ପ୍ରଦାନ ସହ ସମସ୍ତ ବିଭାଗ ଓ ପଦବୀ ପୂରଣ କରିବା ପାଇଁ ଦାବିରେ ଉଲ୍ଲେଖ କରିଛନ୍ତି ।
ପ୍ରତିଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମାଣ୍ଡବିୟ ଖୁବ୍ ଶୀଘ୍ର ବାଲେଶ୍ୱର ଆସି ଏହାର ଉଦ୍ଘାଟନ କରିବା ପାଇଁ ପ୍ରତିଶୃତି ଦେଇଥିବାର ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଏମ୍ପି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
