କୃଷି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୋଗରାଇ : ଜିଲା ଭୋଗରାଇ ବ୍ଲକ ବାଡ଼ିଜଳେଶ୍ୱରପୁର ଗ୍ରାମରେ କୃଷି ବିଭାଗ ପକ୍ଷରୁ କୃଷି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଛି । କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ । କୃଷକର ମାନସିକତାର ପରିବର୍ତ୍ତନ ହେଲେ କୃଷିର ଉନ୍ନତି ଘଟିବ । କୃଷକ ସଚେତନ ହୋଇ ସଠିକ୍ ପଦ୍ଧତିରେ ଚାଷ କଲେ ସେ ଲାଭବାନ ହେବେ ବୋଲି କୃଷି ପରାମର୍ଶଦାତା ଓ କୃଷି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି ।
ସରପଞ୍ଚ ବିରୁପାକ୍ଷ ଜେନାଙ୍କ ପରିଚାଳନାରେ ଭୋଗରାଇ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ କୃଷି ଓ କୃଷକର ଉନ୍ନତି ଘଟିଲେ ଦେଶର ଅର୍ଥନୈତିକ ଓ ସାମାଜିକ ସ୍ଥିତିର ପରିବର୍ତ୍ତନ ଘଟିବ ବୋଲି ସୂଚନା ଦେଇଥିଳେ । କୃଷି ବୈଜ୍ଞାନିକ ଗାୟତ୍ରୀ ସାହୁ, ପ୍ରଭା ମଞ୍ଜରୀ ଗିରି କୃଷକମାନେ ନିଜ ଜମିରେ ମାଟିର ଅମ୍ଳ ପରୀକ୍ଷା କରିବା ସହ ଅପସାର ଓ ଗୌଣ ସାର ରୂପରେ ଗୁରୁତ୍ୱାରୋପ କରିଥିଲେ । ଜୈବିକ ସାର ପ୍ରୟୋଗ କରି କମ୍ ଖର୍ଚ୍ଚରେ ଅଧିକ ଲାଭବନା ହେବାକୁ କୃଷକମାନଙ୍କୁ ଦୁଇ ବୈଜ୍ଞାନିକ ପରାମର୍ଶ ଦେଇଥିଲେ । କୃଷି ଜିଲା ଅଧିକାରୀ ପ୍ରଦୀପ କୁମାର ମହାନ୍ତି ମାଟିରେ ମାତ୍ରାଧିକ ଜୈବିକ ସାର ପ୍ରୟୋଗ ଜମି ପାଇଁ ଯେମିତି କ୍ଷତିକାରକ ମଣିଷ ଖାଦ୍ୟ ପାଇ ତା’ ଠାରୁ ଅଧିକ ବିପଦପୂର୍ଣ୍ଣ ବୋଲି କହିବା ସହିତ ଗତାନୁଗତିକ ପଦ୍ଧତିରେ ଚାଷ କଲେ ଚାଷୀ କ୍ଷତିଗ୍ରସ୍ତ ହେବେ ଏବଂ ମାଟିର ଉର୍ବର ଶକ୍ତି କମି ଜମି ଅନୁର୍ବର ହୋଇ ପଡ଼ିଆ ପଡ଼ି ଖାଦ୍ୟ ଶସ୍ୟର ଘୋର ଅଭାବ ହୋଇ ଶ୍ରୀଲଙ୍କା ଭଳି ଅବସ୍ଥା ଉପୁଜିବ ବୋଲି କୃଷକମାନଙ୍କୁ ସଚେତନ କରିଥିଲେ । ବ୍ଲକ ସହ-କୃଷିଅଧିକାରୀ ବିଶ୍ୱନାଥ ମଣ୍ଡଳ କୃଷକଙ୍କ ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ସଫଳ, ବଳରାମ, କାଳିଆ, ପିଏମ୍ କିଶାନ ଭଳି ବହୁ କୃଷି କଲ୍ୟାଣ ଯୋଜନାର ସୁବିଧା ସୂଯୋଗ ନେବାକୁ କୃଷକମାନଙ୍କୁ ପରାମର୍ଶ ଦେବା ସହିତ କୃଷି ଓ କୃଷକର ସମସ୍ୟାର ସମାଧାନ ନିମନ୍ତେ କୃଷି କର୍ମଚାରୀଙ୍କ ପରାମର୍ଶ ନେବାକୁ କହିଥିଲେ । ଏହି କୃଷି ମେଳା ଓ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷକଙ୍କ ଜମିର ମାଟି ପରୀକ୍ଷା ପାଇଁ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାରର ଏକ ଚାରିଚକିଆ ଯାନ ଗାଁରେ ମାଟି ପରୀକ୍ଷା କରୁଥିବାର ସୂଚନା ମିଳିଛି । ଚାଷୀ ପ୍ରଶିକ୍ଷଣ ଓ ସଚେତନତା ପାଇଁ ବ୍ଲକର ସମସ୍ତ କୃଷି କର୍ମଚାରୀ ସାମିଲ ହୋଇଥିବା ବେଳେ ଶତାଧିକ କୃଷକ ପ୍ରଶିକ୍ଷଣରେ ଯୋଗଦେଇଥିଲେ ।
