କୃଷି ସଚେତନତା କାର୍ଯ୍ୟକ୍ରମ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ବ୍ଲକ କାକବୋରାଇ ଗାଁରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପାରଳାଖେମୁଣ୍ଡିର ଏମ୍ଏସ୍ ସ୍ୱାମୀନାଥନ୍ ସ୍କୁଲ୍ ଅଫ୍ ଏଗ୍ରିକକଲଚର୍ ସାଇନସ୍ ଛାତ୍ରଙ୍କ ପକ୍ଷରୁ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଶ୍ୱବିଦ୍ୟାଳୟର ଛାତ୍ର କୌଶିକ୍ କୁମାର ଘୋଷ କୃଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଭାରତୀୟ କୃଷି ଗବେଷଣା ଦ୍ୱାରା ପ୍ରାୟୋଜିତ ରାୱେପ୍ କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ପ୍ରତିକ ସ୍ଥିତିରେ ସମନ୍ୱିତ କୃଷି, ଏହାର ଉପାଦେୟ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ସହ ଫଳ ଓ ଡାଳ ବିନ୍ଧା ପୋକ ଚିହ୍ନଟ କରି ଏହାର ନିରାକରଣ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା । ଏଥିସହ ପଞ୍ଚଗବ୍ୟର ପ୍ରସ୍ତୁତି ପ୍ରଣାଳୀ, ଏହାର ଉପକାରିତା ଏବଂ ଚାଷ କାର୍ଯ୍ୟରେ ଜୈବିକ ସାର ପ୍ରୟୋଗ ବିଷୟରେ ବୁଝାଯାଇଥିଲା । ଏଥିରେ ଉକ୍ତ ଅଞ୍ଚଳର ବହୁଚାଷୀ ଯୋଗଦେଇଥିଲେ ।
