ଫର୍ମ ଫେରିବା ପରେ କୋହଲିଙ୍କ ଉପରେ ଗରଗର ପାକିସ୍ତାନ! ଜାଣନ୍ତୁ ପୂରା ମାମଲା
Indian cricket captain Virat Kohli fields the ball during the Cricket Twenty20 World Cup match between India and Pakistan in Dubai, UAE, Sunday, Oct. 24, 2021. (AP Photo/Aijaz Rahi)
ଅବସର ନେବା ଉଚିତ ବୋଲି ବୟାନ ଦେଲେ ଭେଟେରାନ ଖେଳାଳି
ନୂଆଦିଲ୍ଲୀ: ୟୁଏଇରେ ନିକଟରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରି ନଥାଇ ପାରେ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ନିଶ୍ଚିତ ଭାବରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ନିଜ ଫର୍ମକୁ ଫେରି ପାଇଛନ୍ତି । ଏହା ପୂର୍ବରୁ ବିରାଟ କୋହଲି ଏକ ମାସ ପାଇଁ ଟିମ୍ ଇଣ୍ଡିଆରୁ ଦୂରେଇ ରହିଥିଲେ । କିନ୍ତୁ ଏସିଆ କପ୍ ୨୦୨୨ ଟୁର୍ଣ୍ଣାମେଣ୍ଟରେ ତାଙ୍କ ବ୍ୟାଟ୍ ଜୋରରେ ଗର୍ଜିଥିଲା ଓ ସେ ହରେଇଥିବା ନିଜ ଫର୍ମକୁ ଫେରି ପାଇଥିଲେ । କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ପାକିସ୍ତାନ କୋହଲିଙ୍କ ଫର୍ମକୁ ଫେରିବାକୁ ନେଇ ଈର୍ଷାନ୍ୱିତ ହୋଇପଡିଛି । ଏହି କାରଣରୁ ପାକିସ୍ତାନର ଭେଟେରାନ ଖେଳାଳିମାନେ କୋହଲିଙ୍କୁ ଅବସର ନେବା ଉଚିତ ବୋଲି ବୟାନ ଦେଉଛନ୍ତି ।
ପ୍ରାୟ ତିନି ବର୍ଷର ଅପେକ୍ଷା ପରେ କୋହଲି ନିଜର ୭୧ ତମ ଶତକ ହାସଲ କରିଛନ୍ତି । ଏହି ଶତକ ସେ ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ଲଗାଇଥିଲା । କୋହଲିଙ୍କ ଶତକ ପରେ ତାଙ୍କ ପ୍ରଶଂସକଙ୍କ ଖୁସିର ସୀମା ନଥିଲା । ଟି-୨୦ ରେ ଏକ ଶତକ ସ୍କୋର କରିବା ଅତ୍ୟନ୍ତ କଷ୍ଟକର, ସେଥିପାଇଁ କୋହଲିଙ୍କ ଏହି ଶତକ ତାଙ୍କ ପାଇଁ ଅଧିକ ସ୍ୱତନ୍ତ୍ର । ସମାନ ଟୁର୍ଣ୍ଣାମେଣ୍ଟରେ କୋହଲି ପୂର୍ବପରି ପାକିସ୍ତାନ ବିପକ୍ଷରେ ଏକ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କୋହଲି ଫର୍ମକୁ ଆସିବା ଦେଖି ପାକିସ୍ତାନୀ ଭେଟେରାନମାନେ ଅସହଜ ଅନୁଭବ କରୁଛନ୍ତି । ଏହି କାରଣରୁ, ସେମାନେ ବୟାନ ଦେଉଛନ୍ତି ଯେ ଟି-୨୦ ରେ ଶତକ ହାସଲ କରି ଫର୍ମକୁ ଫେରିଥିବା କୋହଲି ଏହି ଫର୍ମାଟକୁ ବିଦାୟ ଦେବେ ।
ପାକିସ୍ତାନର ଭେଟେରାନ ଫାଷ୍ଟ ବୋଲର ଶୋଏବ ଅଖତର ଇଣ୍ଡିଆ ଡଟ୍ କମ୍ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି, “ଟି-୨୦ ବିଶ୍ୱକପ ପରେ କୋହଲି ଏହି ଫର୍ମାଟକୁ ବିଦାୟ ଦେଇପାରନ୍ତି । ସେ ଅନ୍ୟ ଫର୍ମାଟରେ କ୍ୟାରିୟର ବଢ଼ାଇବାକୁ ଏପରି ନିଷ୍ପତ୍ତି ନେଇପାରନ୍ତି । ଯଦି ମୁଁ ତାଙ୍କ ସ୍ଥାନରେ ଥାଆନ୍ତି, ତେବେ ମୁଁ ଆଗକୁ ଚିନ୍ତା ନକରି ଅବସର ଦେଇଥାନ୍ତି ।” ଅଖତର ଅନୁଭବ କରନ୍ତି ଯେ କୋହଲି କାର୍ଯ୍ୟଭାର ଓ ତାଙ୍କ ଫର୍ମକୁ ବିଚାର କରି ଏହି ନିଷ୍ପତ୍ତି ନେବା ଉଚିତ୍ ।
ଏହାପୂର୍ବରୁ ପାକିସ୍ତାନର ପୂର୍ବ କ୍ରିକେଟର ସହିଦ ଆଫ୍ରିଦି ସାମ ଟିଭି ସହ କଥାବାର୍ତ୍ତା ବେଳେ କହିଥିଲେ ଯେ କୋହଲି ଡ୍ରପ ହେବା ପୂର୍ବରୁ ନିଜେ ଅବସର ନେବା ଉଚିତ । ସେ କହିଛନ୍ତି, ‘ବିରାଟଙ୍କୁ ନିଜ କ୍ୟାରିୟର ଆରମ୍ଭରେ ସଂଘର୍ଷର ସମ୍ମୁଖୀନ ହେବାକୁ ପଡୁଥିଲା କିନ୍ତୁ ପରେ ସେ ନିଜ ପାଇଁ ଏକ ନାମ ସୃଷ୍ଟି କରିଥିଲେ । ସେ ଜଣେ ଚାମ୍ପିଅନ୍ ଖେଳାଳି । ମୁଁ ଭାବୁଛି ଖେଳାଳି ଡ୍ରପ ହେବା ପୂର୍ବରୁ ଅବସର ନେବା ଉଚିତ୍ । ଏହା ବହୁତ କ୍ୱଚିତ୍, ଯେତେବେଳେ ଜଣେ ଖେଳାଳୀ ନିଜ କ୍ୟାରିୟରର ଶୀର୍ଷରେ ଅବସର ଗ୍ରହଣ କରନ୍ତି । ମୁଁ ଭାବୁଛି ଯେତେବେଳେ କୋହଲି ଅବସର ନେବେ, ସେ ଏହାକୁ ଷ୍ଟାଇଲରେ ନେବେ ।”
