ପ୍ରେମରେ ବିଫଳ ପରେ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗିଲା ପ୍ରେମିକ
- ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ବିଶେଷ କରି ପ୍ରେମ ଜନିତ ବ୍ୟାପାରକୁ ନେଇ ଗଣ୍ଡଗୋଳ ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଘଟଣା ଘଟାଇବାକୁ ପଛାଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏକ ଅଘଟଣ ଘଟି ଯାଇଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକ ଜଣକ ଉତକ୍ଷିପ୍ତ ହୋଇ ଯୁବତୀଙ୍କ ଉପରକୁ ଏସିଡ ପକାଇ ଦେଇଛି । ଯୁବତୀଙ୍କ ଦେହରେ ଏସିଡ ପଡିବାରୁ କିଛି ଅଂଶ ପୋଡିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଯୁବକଙ୍କ ଜଣଙ୍କ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ଏଥିରେ ସେ ବିଫଳ ହୋଇଥିଲା । ଯାହାଫଳରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଶେଷରେ ପ୍ରେମ ନିବେଦନ କରିଥିବା ଯୁବତୀଙ୍କ ଉପରକୁ ଏସିଡ଼ ଫିଙ୍ଗିଛନ୍ତି ପ୍ରେମିକ । ଯୁବତୀଙ୍କ ଦେହରେ ଏସିଡ ପଡ଼ିବାରୁ କିଛି ଅଂଶ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କୁ ଚିକିତ୍ସା ଜାରି ରହିଛି । ଏସିଡ ଫିଙ୍ଗିବା ପରେ ଯୁବକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି ।
