ତୁର୍କୀ ଓ ସିରିୟାରେ ଭୂମିକମ୍ପ ପରେ ଚିନ୍ତା ବଢ଼ାଉଛି ଶୀତ
ନୂଆଦିଲ୍ଲୀ: ତୁର୍କୀ ଓ ସିରିୟାରେ ଭୂମିକମ୍ପ ଯୋଗୁ କ୍ଷତିଗ୍ରସ୍ତ ବିଲ୍ଡିଂ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି । କିନ୍ତୁ ଉକ୍ତ ଅଞ୍ଚଳରେ ବଢ଼ି ଚାଲିଥିବା ଶୀତ ଏଥିରେ ବାଧା ସୃଷ୍ଟି କରିଛି । ଭୂମିକମ୍ପ ଯୋଗୁ ବର୍ତ୍ତମାନ ସୁଦ୍ଧା ୯,୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥିସହିତ ବାସହୀନ ହୋଇଥିବା ଲୋକମାନେ ରାସ୍ତାରେ ନିଆଁ ଜାଳି ନିଜକୁ ଶୀତ ଦାଉରୁ ରକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ତୁର୍କୀରେ ୧୯୩୯ ମସିହାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା ଯେଉଁଥିରେ ୩୩ ହଜାର ଲୋକ ପ୍ରାଣ ହରାଇଥିଲେ । ସେହିପରି ୧୯୯୯ରେ ୭.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା ଓ ୧୭ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।
