ସାଧାରଣ ଲୋକଙ୍କୁ ପୁଣି ଏକ ଝଟକା ! ଅମୁଲ ପରେ ବଢ଼ିଲା ମଦର ଡାୟରୀ ଦର
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କୁ ପୁଣି ଏକ ଝଟକା ଲାଗିଛି । ଅମୁଲ ପରେ ମଦର ଡାୟରୀ ମଧ୍ୟ କ୍ଷୀର ଦର ଲିଟର ପ୍ରତି ୨ଟଙ୍କା ବଢ଼ାଇଥିବା ଜଣାପଡ଼ିଛି । ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହେବ । ଏନେଇ ମଦର ଡାୟରୀ ପ୍ରବକ୍ତା ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ଯେ, ଏହାପୂର୍ବରୁ ଗୁଜରାଟ ଛାଡ଼ି ଦେଶର ସବୁ ସ୍ଥାନରେ ଅମୁଲ ଗୋଲ୍ଡର ମୂଲ୍ୟ ୨ଟଙ୍କା ବଢ଼ିଥିଲା । ଅମୁଲ ବ୍ରାଣ୍ଡରେ ବ୍ୟବସାୟ କରୁଥିବା ଗୁଜରାଟ କୋପୋରେଟିଭ ମିଲ୍କି ମାର୍କେଟିଂ ଫେଡରେସନ ଲିଃ କ୍ଷୀରର ଦାମ ବୃଦ୍ଧି କରି ଥିଲା। ତେବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟରେ ଦରବୃଦ୍ଧି ନିୟମ ଲାଗୁ ହେବ ନାହିଁ। ଗୁଜରାଟକୁ ଛାଡ଼ି ବାକି ସବୁ ସ୍ଥାନରେ ବର୍ଦ୍ଧିତ ଦାମ ଦେଇ ଲୋକମାନେ ଅମୁଲ କ୍ଷୀର କିଣିବେ।
