କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ
ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଆଇପିଏସ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆଇଏଏସ ବିଜୟ ଅମୃତା କୁଲାଙ୍ଗେଙ୍କ ସ୍ଥାନରେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି।
ସେହିପରି ଆଇପିଏସ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଏସଆରଟିସି ସିଏମଡି ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଜେଲ ଏଡିଜି ଥିଲେ ଦୀପ୍ତେଶ କୁମାର ପଟ୍ଟନାୟକ । ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅମିତାଭ ଠାକୁର ଏବେ ପରିବହନ କମିଶନର ଅଛନ୍ତି ।
