ଆଡିଲେଡ୍ ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣ୍ଣାମେଂଟ : ପୁରୁଷ ଯୁଗଳ ଫାଇନାଲ୍ରେ ବୋପାନ୍ନା ଏବଂ ରାମକୁମାର
ଆଡିଲେଡ୍ : ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଏବଂ ରାମକୁମାର ଦ୍ୱିତୀୟ ସିଡ୍ ବୋସନିଆର ଟୋମିସ୍ଲାଭ ବର୍କିଚର ଟୋମିସ୍ଲାଭ ଏବଂ ମ୍ୟାକ୍ସିକୋର ସାଂଟିଆଗୋ ଗୋଞ୍ଜାଲେଜଙ୍କୁ ସିଧାସଳଖ ସେଟରେ ହରାଇ ଆଡିଲେଡ୍ ଅନ୍ତର୍ଜାତୀୟ ଟେନିସ୍ ଟୁର୍ଣ୍ଣାମେଂଟର ପୁରୁଷ ଯୁଗଳ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଅଣ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡି ବର୍କିଚ ଏବଂ ଗୋଞ୍ଜାଲେଜଙ୍କୁ ସେମି ଫାଇନାଲ୍ରେ ସିଧାସଳଖ ୬-୨, ୬-୪ ସେଟରେ ପରାସ୍ତ କରିଛନ୍ତି । ଏଟିପି ୨୫୦ ପ୍ରତିଯୋଗିତା ମୁକାବିଲାରେ ବୋପାନ୍ନା ଏବଂ ରାମକୁମାର କ୍ରୋଏସିଆର ଇଭାନ ଡୋଡିଗ୍ ଏବଂ ବ୍ରାଜିଲର ମାର୍ସେଲୋ ମେଲୋଙ୍କ ଯୋଡିକୁ ଭେଟିବେ ।
ଫାଇନାଲ୍ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । କାରଣ ୪୧ ବର୍ଷୀୟ ବୋପାନ୍ନା ଏବଂ ଡୋଡିଙ୍ଗ ଅନେକ ଥର ଯୋଡି ହୋଇ ଖେଳି ସାରିଛନ୍ତି । ଉଭୟ ସେପ୍ଟେମ୍ବରରେ ଆମେରିକା ଓପନରେ ମଧ୍ୟଯ ଯୋଡି ହୋଇ ପଡିଆକୁ ଓହ୍ଲାଇଥିଲେ ଏବଂ ତୃତୀୟ ପର୍ଯ୍ୟାୟରେ ପରାସ୍ତ ହୋଇଥିଲେ । ଏଟିପି ଟୁରରେ ପ୍ରଥମ ଥର ଯୋଡି ହୋଇ ଖେଳୁଥିବା ବୋପାନ୍ନା ଓ ରାମକୁମାରଙ୍କ ପାଇଁ ଏହି ଟୁର୍ଣ୍ଣାମେଂଟ ଏ ପର୍ଯ୍ୟନ୍ତ ସଫଳ ରହିଛି । ଦୁଇ ଖେଳାଳି ଦ୍ୱିତୀୟ ପର୍ଯ୍ୟାୟରେ ନାଥୋନିୟଲ ଲେମୋନ୍ସ ଏବଂ ଜ୍ୟାକ୍ସନ ୱିଥ୍ରୋଙ୍କ ଆମେରିକା ଯୋଡି ବିପକ୍ଷ ମୁକାବିଲାକୁ ଛାଡି ବାକି ସବୁ ମୁକାବିଲା ସିଧାସଳଖ ସେଟ୍ରେ ଜିତିଥିଲେ । ଆଡିଲେଡ୍ରେ ହେଉଥିବା ପ୍ରତିଯୋଗିତା ଜାନୁଆରୀ ୧୭ରେ ମେଲବର୍ଣ୍ଣରେ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଓପନର ପ୍ରସ୍ତୁତି ପ୍ରତିଯୋଗିତା ଅଟେ ।
