ଆଡିଲେଡ୍ ଆନ୍ତର୍ଜାତିକ ଟେନିସ୍ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଆସ୍ଲେ ବାର୍ଟି
ଆଡିଲେଡ୍ : ବିଶ୍ବର ୧ନଂ ମହିଳା ଟେନିସ୍ ଖେଳାଳି ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟି ଆଡିଲେଡ୍ ଆନ୍ତର୍ଜାତିକ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଏକ ସେମିଫାଇନାଲରେ ଗତଥରର ଚମ୍ପିଆନ୍ ପୋଲାଣ୍ଡର ଇଗା ସ୍ବିଆଟେକ୍ଙ୍କୁ ୬-୨, ୬-୪ ଗେମ୍ରେ ପରାସ୍ତ ୫ମ ସିଡ୍ କରିଛନ୍ତି।
ରବିବାର ଖେଳାଯିବାକୁ ଥିବା ଫାଇନାଲରେ ବାର୍ଟି କାଜାଖ୍ସ୍ତାନର ଏଲିନା ରିବାକିନାଙ୍କ ମୁକାବିଲା କରିବେ। ୭ମ ସିଡ୍ ରିବାକିନା ସେମିଫାଇନାଲରେ ୬-୪, ୬-୩ ସେଟ୍ରେ ଜାପାନର ମିସାକି ଦୋଇଙ୍କୁ ପରାସ୍ତ କରିଛନ୍ତି। ୨୦୨୦ରେ ଏଠାରେ ଆସ୍ଲେ ବାର୍ଟି ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲେ। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ୨ୟ ସିଡ୍ ରୁଷିଆର କାରେନ୍ ଖାଚାନୋଭକ୍ ୩ୟ ସିଡ୍ କ୍ରୋଏସିଆର ମାରିନ୍ ସିଲିକ୍ଙ୍କୁ ୭-୬, ୬-୩ ସେଟ୍ରେ ପରାସ୍ତକରି ଫାଇନାଲରେ ପ୍ରବେଶ କରିଛନ୍ତି।
