ଫେବୃଆରୀ ୧୮ରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଆସନ୍ତା ଡିସେମ୍ବର ୨୦ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ସହିତ ଲାଟେରାଲ୍ ନାମଲେଖା ପାଇଁ ସପ୍ତମ, ଅଷ୍ଟମ ଓ ନବମଶ୍ରେଣୀରେ ମଧ୍ୟ ପଞ୍ଜୀକରଣ କରିବାକୁ ଥିବାବେଳେ ଫେବୃଆରୀ ୧୮ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ଆସନ୍ତା ଜାନୁଆରୀ ୧୯ ତାରିଖ ଯାଏଁ ପଞ୍ଜୀକରଣ କରି ପାରିବେ । ତେବେ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ ବିଏସଇର ୱେବ୍ ସାଇଟ୍ www.bseodisha.ac.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି ।
