ଠକେଇ ମାମଲାରେ ଗିରଫ ହେଲେ ଅଭିନେତ୍ରୀ ଲୀନା ମାରିଆ ପଲ
A 25-year-old south Indian actress arrested from a south Delhi farmhouse in a case of cheating registered in Chennai. Photo by Ramesh Sharma
ନୂଆଦିଲ୍ଲୀ : ଗିରଫ ହେଲେ ଅଭିନେତ୍ରୀ ଲୀନା ମାରିଆ ପଲ। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଫସିଥିବା ସୁକେଶ ଚନ୍ଦ୍ରଶେଖର ପରେ ଏବେ ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ଲୀନା ମାରିଆ ପଲକୁ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧା ଶାଖା ଗିରଫ କରିଛି । ଜାତୀୟ ଗଣମାଧ୍ୟମକୁ ଆର୍ଥିକ ଅପରାଧ ଶାଖାର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଭିନେତ୍ରୀଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି । ପୋଲିସ ଲୀନାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି । ଲୀନା ତେଲୁଗୁ ଏବଂ ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି ।
ଏଆଇଡିଏ୍କେକୁ ନିର୍ବାଚନ ଚିହ୍ନ ଦେବା ଅଭିଯୋଗରେ ସୁକେଶ ଚନ୍ଦ୍ରଶେଖର ଏପର୍ଯ୍ୟନ୍ତ ତିହାର ଜେଲରେ ବନ୍ଦ ଥିଲେ । ତାଙ୍କ ଉପରେ ଅଭିଯୋଗ ରହିଛି ଯେ, ଜେଲ ଭିତରେ ରହି ସେ ରେଲିଗେୟର କଂପାନୀର ପ୍ରମୋଟର ମଲବିନ୍ଦର ଏବଂ ଶିବିନ୍ଦର ସିଂହଙ୍କ ପତ୍ନୀଙ୍କ ସହିତ ଏକ ଏଭଳି ଡିଲ କରିଥିଲେ ଯେ, ଯେଉଁଥିରେ କି ଦାବି କରାଯାଇଥିଲା ଯେ, ମଲବିନ୍ଦର ଏବଂ ଶିବିନ୍ଦର ସିଂହଙ୍କୁ ତିହାର ଜେଲରୁ ଜାମିନରେ ବାହର କରିଦେବେ । ଏଥି ପାଇଁ ସେ କୋଟି କୋଟି ଟଙ୍କା ଠକେଇ କରିଛନ୍ତି ।
