ଡକାୟତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ
ଜୟପୁର : ଡକାୟତି ମାମଲା ରେ ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ସୁଣ୍ଢିଗୁଡାର ସୁଦେଶ ଖିଲ । ପୋଲିସ ସୂଚନା ଅନୁଯାଇ ଗତ ୧୪.୧୦.୨୨ ରେ ଜଣେ ମଧ୍ୟ ପ୍ରଦେଶର ବୁଲା ବେପାରି ଜୟ ପାଲ ବଞ୍ଜାରା ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲିରୁ ବାଇକ ଯୋଗେ ଜୟପୁର ଆସୁଥିବା ସୂଚନା ପାଇ ଏକ ୭ ଜଣିଆ ଡକାୟତି ଟିମ ପାତ୍ରପୁଟ ନିକଟରେ ଛପିଥିଲେ । ଉକ୍ତ ବେପାରିକୁ କାବୁ କରି ଜଙ୍ଗଲକୁ ନେଇଥିଲେ ତାଙ୍କୁ ଧମକ ଚମକ ଦେଇ ପ୍ରଥମେ ତାଠାରୁ ୭ ଶହ ଟଙ୍କା ନେବା ସହ ଫୋନ ପେ ରେ ଥିବା ୮ ହଜାର ୮ ଶହ ଟଙ୍କା ନେଇଥିଲେ । ପରେ ଉକ୍ତ ବେପାରିକୁ ଧକମ ଦେଇ ତୋ ଏକାଉଂଟରେ ତୁରନ୍ତ ୫୦ ହଜାର ଟଙ୍କା ଦାବି କରିଥିଲେ ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ । ଫଳରେ ବ୍ୟବସାୟି ଜଣକ ତାଙ୍କ ଭାଇକୁ କଲ କରି ୪୦ ହଜାର ଟଙ୍କା ମାଗାଇଥିଲେ । ପରେ ଡକାୟତି ଦଳ ଫୋନ ପେର ଉକ୍ତ ଟଙ୍କାକୁ ନେଇ ଛାଡି ଥିଲେ । ପରେ ଉକ୍ତ ବ୍ୟବସାୟି ଜଣକ ଜୟପୁର ସଦର ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତର ସହ ନେଇ ପୋଲିସ ମାମଲା ରୁଜୁ କରିଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଏହି ମାମଲାରେ ମୋଟ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।
