ଚାଣକ୍ୟ ନୀତି ଅନୁସାରେ ମହିଳାଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ ଏହି ୪ଟି ଇଚ୍ଛା ! ତଥାପି କେବେ କରନ୍ତିନି ପ୍ରକାଶ, ଜାଣନ୍ତୁ କଣ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ମୂଲ୍ୟବାନ ନୀତିକୁ ଅନୁସରଣ କଲେ ଜଣେ ସାଧାରଣ ମଣିଷ ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । ଯାହା ମଣିଷ ଜୀବନରେ ଜୀବନରେ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟ ମହିଳାମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ଏପରି ଇଚ୍ଛାଗୁଡ଼ିକ ବିଷୟରେ କହିଛନ୍ତି, ଯାହା ପୁରୁଷଙ୍କ ଅପେକ୍ଷା ଅଧିକ ଥାଏ । ମହିଳାମାନେ ପାରିବାରିକ ସଂସ୍କାର ଓ ଲୋକ ଲଜ୍ଜା ଯୋଗୁଁ କେବେବି ନିଜର ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଆସନ୍ତୁ ଜାଣିବା ସେହି ଲୁକ୍କାୟିତ ଇଚ୍ଛାଗୁଡ଼ିକ କ’ଣ କ’ଣ…
ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ସାହସ :
ଚାଣକ୍ୟ ନୀତିରେ ମହିଳାଙ୍କ ସାହସ ବିଷୟରେ ଉଲ୍ଲେଖ କରାଯାଇଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମହିଳାମାନେ ପିଲାଦିନରୁ ସାହସୀ ହୋଇଥାନ୍ତି । ସେମାନେ ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ସାହସୀ ଅଟନ୍ତି । ଯେତେବେଳେ ବିପତ୍ତି ଆସେ, ସେମାନେ ଶୀଘ୍ର ଭୟଭୀତ ହୁଅନ୍ତି ନାହିଁ । ଏହାର ମୁକାବିଲା କରିବାର ଉପାୟ ଖୋଜନ୍ତି । ସେମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କଠିନ ସଂଘର୍ଷରୁ ପଛଘୁଞ୍ଚା ଦିଅନ୍ତି ନାହିଁ ।
ପୁରୁଷ ଅପେକ୍ଷା ୨ ଗୁଣ ଅଧିକ ହୋଇଥାଏ ଭୋକ :
ଆଚାର୍ଯ୍ୟ ଚାଣକ୍ୟ ମହିଳାଙ୍କ ଭୋକ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମହିଳାମାନଙ୍କର ଶାରୀରିକ ଗଠନ ଏପରି ଯେ ସେମାନେ ନିଜକୁ ଫିଟ୍ ରଖିବା ପାଇଁ ଅଧିକ ଖାଇବା ଆବଶ୍ୟକ କରନ୍ତି । ଏହି କାରଣରୁ ସେମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି । ତଥାପି, ମେଦବହୁଳତାର ଭୟ ଓ ଲୋକ ଲଜ୍ଜା ଯୋଗୁଁ ସେ ଅତ୍ୟଧିକ ଖାଇବା ପିଇବା ଠାରୁ ଦୂରେଇ ରହନ୍ତି ।
ପୁରୁଷଙ୍କ ତୁଳନାରେ ୮ ଗୁଣ ଅଧିକ କାମନା ଇଚ୍ଛା :
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାଙ୍କ କାମନା ଇଚ୍ଛା ୮ ଗୁଣ ଅଧିକ ରହିଥାଏ । ତଥାପି, ଆରମ୍ଭରୁ ସେମାନଙ୍କ ମଧ୍ୟରେ ସହନଶୀଳତା ଓ ଲଜ୍ଜାରେ ପରିପୂର୍ଣ୍ଣ ରହିଥାଏ । ସେଥିପାଇଁ ମହିଳାମାନେ କେବେବି ଏହି ଇଚ୍ଛାକୁ ସାର୍ବଜନୀନ କରନ୍ତି ନାହିଁ । ସଂସ୍କାର ଅନୁଯାୟୀ ରହି ପରିବାରକୁ ଆଗକୁ ବଢ଼ାଥାନ୍ତି ।
ମହିଳାମାନଙ୍କ ମଧ୍ୟରେ ରହିଥାଏ ୪ ଗୁଣ ଅଧିକ ଲଜ୍ଜା :
ଚାଣକ୍ୟ କହିଛନ୍ତି ଯେ, ମହିଳାମାନଙ୍କ ମଧ୍ୟରେ ଲଜ୍ଜା ପୁରୁଷଙ୍କ ଅପେକ୍ଷା ୪ ଗୁଣ ଅଧିକ ରହିଥାଏ । ଏହି ଲଜ୍ଜା ଯୋଗୁଁ ସେମାନେ ଖୋଲାଖୋଲି ଭାବରେ ନିଜ ମନ କଥା ସମସ୍ତଙ୍କୁ କହିବାକୁ ସକ୍ଷମ ହୋଇପାରନ୍ତି ନାହିଁ । କୌଣସି ନୂତନ କାର୍ଯ୍ୟ କରିବାକୁ ଦ୍ୱିଧା ବୋଧ କରନ୍ତି । ଯେତେବେଳେ କି ପୁରୁଷମାନେ ଏହି ପ୍ରସଙ୍ଗରେ ଅଧିକ ଖୋଲା ରହିଥାନ୍ତି ।
ଏଠାରେ କହି ରଖୁଛୁ ଯେ, ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକଙ୍କ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଓ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । ଚାଣକ୍ୟଙ୍କ ନୀତି ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବହୁ ମହତ୍ୱ ରଖିଥାଏ । ସଠିକ ବାଟରେ ଚାଲିବାକୁ ସାହାଯ୍ୟ କରିଥାଏ ।
