ରାଜପଥରେ ଦୁର୍ଘଟଣା, ସାଇକେଲ ଆରୋହୀ ମୃତ
କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତ୍ରୀ (ସାଢେ ୩ଟା ) ବେଳେ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ ଘଟିଛି । ପ୍ରକାଶଯେ ପାଣିକୋଇଲି ତାରିଣୀ ହୋଟେଲର କାର୍ଯ୍ୟରତ କର୍ମଚାରୀ ବଂଝାରପୁର ଥାନା ଅନ୍ତର୍ଗତ ପ୍ରିତିପୁର ଆଉଁରୀ ଗ୍ରାମର ବିକାଶ ମଲ୍ଲିକ ୧୬ ନମ୍ବର ଜାତୀୟ ରାଜପଥରେ ବିପରୀତ ଦିଗରେ ଅର୍ଥାତ୍ ରଙ୍ଗରୁଟରେ ପଥରପଦା ଗ୍ରାମ ନିକଟସ୍ଥ ସ୍ଥାନରେ ସାଇକେଲ ଯୋଗେ ରାଜପଥରେ ପାଣିକୋଇଲି ଆସୁଥିବା ବେଳେ ଏକ ଅଜଣା ଗାଡି ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଘଟଣାସ୍ଥଳୁ ଚମ୍ପଟ ମାରିଥିଲା । ଫଳରେ ଘଟଣା ସ୍ଥଳରେ ବିକାଶର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ଏହା ଜାଣି ପୁଲିସକୁ ଖବର ଦେଇଥିଲେ । ଖବରପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ ବିକାଶକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଉକ୍ତ ଯୁବକର ପରିଚୟ ମିଳିପାରି ନଥିଲା ପରବର୍ତି ଅବସ୍ଥାରେ ଉକ୍ତ ଯୁବକର ପରିଚୟ ମିଳିବାରୁ ପାଣିକୋଇଲି ପୁଲିସ ଏକ ମାମଲା ୩୪/୨୩ ରୁଜ୍ଜୁ କରି ପଂଚନାମା କରାଇ ଶବ ବ୍ୟବଛେଦ କରିଥିବା ତଦନ୍ତାଧିକାରୀ ଉଦୟନାଥ ସୋରେନ ସୂଚନା ଦେଇଛନ୍ତି ।
