କୋଲାବ ଜଳଭଣ୍ଡାରରେ ଅଘଟଣ : ଦେଶୀ ଡଙ୍ଗା ବୁଡି ୪ ଜଣଙ୍କ ମୃତ୍ୟୁ, ୪ ଉଦ୍ଧାର
କୋରାପୁଟ : କୋରାପୁଟ ଜିଲା ସେମିଳିଗୁଡା ବ୍ଳକର ପୋଡାଗଡ ଘାଟ ନିକଟ କୋଲାବ ଜଳଭଣ୍ଡାରରେ ଅଘଟଣ । କୋଲାବ ଜଳଭଣ୍ଡାରରେ ବୁଡିଲା ଦେଶୀ ଡଙ୍ଗା । ଡଙ୍ଗା ବୁଡିଯିବାରୁ ୪ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଆଉ ୪ ଜଣଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି ।
ଭାରସାମ୍ୟ ହରାଇ ଦେଶୀ ଡଙ୍ଗାଟି ଓଲଟି ପଡିଥିବା କୁହାଯାଉଛି । ଡଙ୍ଗାରେ ମୋଟ ୮ ଜଣ ଥିଲେ। ସେମାନେ ମୁଖିଗୁଡ଼ାରୁ ତେନ୍ତୁଳିପଦର ଆସୁଥିଲେ।
