ଆବୁଧାବି ଟି-୧୦ : ଡେକାନ ଗ୍ଲାଡିଏଟର୍ସ ଚମ୍ପିଆନ
ଆବୁଧାବି : ଡେକାନ ଗ୍ଲାଡିଏଟର୍ସ ଫାଇନାଲ ମୁକାବିଲାରେ ଦିଲ୍ଲୀ ବୁଲ୍ସକୁ ୫୬ ରନ୍ରେ ହରାଇ ପ୍ରଥମ ଆବୁଧାବି ଟି୧୦ ଟ୍ରଫି ବିଜେତା ହୋଇଛି । ପ୍ରଥମେ ବ୍ୟାଟିଂ କରି ଡେକାନ ଟିମ ୧୫୯ ରନ୍ର ବିଶାଳ ସ୍କୋର କରିଥିଲା । ଓପନରଙ୍କ ପେ ଆନ୍ଦ୍ରେ ରସେଲ ଓ ଟମ କୋଏଲର-କାଡମୋର ଦମଦାର ଇଂନିସ ଖେଳିଥିଲେ । ଏହାପରେ ଦିଲ୍ଲୀ ବୁଲ୍ସ ୧୬୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୫୬ ରନ୍ର ପଛରେ ରହିଯାଇଥିଲା ।
ବୁଲ୍ସ ପକ୍ଷରୁ ୨୦ ବଲ୍ରୁ ୪୨ ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ ଚନ୍ଦ୍ରପଲ ହେମରାଜ । ମାତ୍ର ୱାନିନ୍ଦୁ ହସରଙ୍ଗା ହେମରାଜଙ୍କୁ ମ୍ୟାଚ୍ର ଷଷ୍ଠ ଓଭରରେ ଶିକାର କରିବା ପରେ ଦିଲ୍ଲୀର ବିଜୟ ଆଶା ମଉଳି ଯାଇଥିଲା । ପୂର୍ବରୁ ରସେଲ ଓ କୋହଲର ଆବୁଧାବି ଟି୧୦ ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ଭାଗିଦାରୀ କରିଥିଲେ । ୧୦ ଓଭରରେ ଅପରାଜିତ ୧୫୯ ରନ୍ ସଂଗ୍ରହ କରିଥିଲେ । ରସେଲ ୩୨ ବଲ୍ରୁ ୯ଟି ଚୌକା ଓ ୭ଟି ଛକା ସହାୟତାରେ ଅପରାଜିତ ୯୦ ଓ କୋହଲର ୨୮ ବଲ୍ରୁ ୫୯ ରନ୍ର ଦମଦାର ଇଂନିସ ଖେଳିଥିଲେ ।
