ନିଳାଗୁଡାରେ ଅବକାରୀ ଚଢାଉ
ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଅବକାରି ବିଭାଗ ଚଢାଉ କରିଛି । ମଦ ମାଫିଆ ମାନେ ମଦ ପ୍ରସ୍ତୁତ କରୁଥିବା ସୁଚନା ପାଇ ଏହି ଚଢାଉ କରି ବହୁ ମଦ ଭାଟି ମଧ୍ୟ ଭାଙ୍ଗିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରୁ ୮ ଶହ ଲିଟର ପୋଚ ଓ ଶହେ ଲିଟର ଦେଶି ମଦ କୁ ଜବତ କରିଛି । ଘଟଣା ସ୍ଥଳରୁ ମଦ ରନ୍ଧା ସରଞ୍ଜାମ ଓ ଡ୍ରମ ଆଦିକୁ ଜବତ କରି ଥିବା ଜୟପୁର ଅବକାରି ଓଆଇସ ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
