କଳିଙ୍ଗ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏୟାରପୋର୍ଟ ଗଲେ ଅଭିଷେକ
- ଏୟାର ଆମ୍ବୁଲାନ୍ସରେ ଯିବେ କୋଲକାତା
ଭୁବନେଶ୍ୱର : ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ ବର୍ଷିୟ ଅଭିଷେକ ମହାପାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବଲାନ୍ସରେ କୋଲକାତା ନିଆଯିବ । ଏଥିପାଇଁ କଳିଙ୍ଗ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏୟାରପୋର୍ଟକୁ ନିଆଯାଇଛି । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇ ସାରିଛନ୍ତି । ଏଥିପାଇଁ ଅଭିଷେକଙ୍କୁ ଏୟାର ଆଂବୁଲାନ୍ସ ଯୋଗେ କୋଲକାତା ନିଆଯିବ ବୋଲି ସୂଚନା ମିଳିଛି ।
କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ଇକମୋ ଚିକିତ୍ସା ଚାଲିବ । ଏହି ଚିକିତ୍ସା ଅତି ବ୍ୟୟବହୁଳ । ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି । ଏନେଇ ଖବର ପ୍ରସାରଣ ପରେ ଅଭିଷେକଙ୍କ ପରିବାର ନିକଟକୁ ଛୁଟୁଛି ସହାୟତାର ହାତ । କ୍ରାଉଡ ଫଣ୍ଡିଂ ଜରିଆରେ ମଧ୍ୟ ଅର୍ଥ ସହାୟତା ଆସୁଛି । ଏହା ମଧ୍ୟରେ ଅଭିଷେକଙ୍କ ଚିକିତ୍ସା ପାଇଁ ପ୍ରାୟ ୩୧ ଲକ୍ଷ ଟଙ୍କା ଯୋଗାଡ ହୋଇସାରିଲାଣି । ଆଉ ଦେଢ କୋଟି ଟଙ୍କାର ଆବଶ୍ୟକତା ରହିଛି ।
