ହାତରେ ଆଘାତ ଯୋଗୁଁ ଲିଲାବତୀ ହସ୍ପିଟାଲରେ ଅଭିଷେକ
ନୂଆଦିଲ୍ଲୀ : ମୁମ୍ବାଇ ଲିଲାବତୀ ହସ୍ପିଟାଲରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ। ଅଭିଷେକଙ୍କ ହାତରେ ଆଘାତ ଲାଗିବା ହେତୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅଭିଷେକଙ୍କ ହାତରେ ଆଘାତ କେତେ ଓ କିପରି ଲାଗିଛି ତାହା ଜଣାପଡି ନାହିଁ।ଅଭିଷେକଙ୍କୁ ଦେଖିବା ପାଇଁ ବିଗ ବି ତଥା ବାପା ଅମିତାଭ ବଚ୍ଚନ ଓ ଭଉଣୀ ଶ୍ୱେତ ବଚ୍ଚନ ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି।
ସୂଚନା ଯେ, ଅଭିଷେକଙ୍କ କିଛି ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ତାଙ୍କ ହାତର ଦୁଇ ଆଙ୍ଗୁଳିରେ ପଟି ବନ୍ଧା ଯାଇଥିବା ଦେଖିବାକୁ ମିଳୁଥିଲା। ତେବେ କୁହାଯାଉଛି କି ଅଭିଷେକ ଏକ ତାମିଲ ସିନେମାର ହିନ୍ଦୀ ରିମେକ ସିନେମାର ସୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ। ନିକଟରେ ଅଭିଷେକଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଅରଧ୍ୟାଙ୍କୁ ଛାଡ଼ିବାକୁ ଆସିଥିଲେ।
