ଏମଡିଏ ପରିସରରେ ଆଧାର କେନ୍ଦ୍ର ଉଦ୍ଘାଟିତ
କଟକ : ପବିତ୍ର ଉତ୍କଳ ଦିବସ ଅବସରରେ ୪୭ନଂ ୱାର୍ଡ ସ୍ଥିତ ମହାନଦୀବିହାର ଡେଭଲପମେଣ୍ଟ ଆସୋସିଏସନ (ଏମଡିଏ) ଗୃହରେ ଏକ ଆଧାର କେନ୍ଦ୍ର ଖୋଲାଯାଇଛି । ଏହି ଆଧାର କେନ୍ଦ୍ରର ଉଦଘାଟନୀ ଅବସରରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସିଏମସିର ଡେପୁଟି କମିଶନର ଅମୀୟ କୁମାର ପଣ୍ଡା, ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଏମଡିଏର ସଭାପତି ରବିନ୍ଦ୍ର ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଉଦଘାଟନ କରିଛନ୍ତି । ପ୍ରାରମ୍ଭରେ ପୂର୍ବତନ ବିଧାୟକ ଡଃ ବିଶ୍ୱାଳ ତାଙ୍କ ନିଜ ଆଧାର ପରିଚୟ ପତ୍ରକୁ ସଂଶୋଧନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଏମଡିଏର ଉପସଭାପତି ବିଚିତ୍ରାନନ୍ଦ ପଣ୍ଡା, ସମ୍ପାଦକ ହିମାଂଶୁ ଷଡ଼ଙ୍ଗୀ, ସହ-ସମ୍ପାଦକ ସରୋଜ ପ୍ରସାଦ ସ୍ୱାଇଁ, କୋଷାଧ୍ୟକ୍ଷ ଭାଗିରଥୀ ସାମଲ, ସୁଜିତ୍ ମିଶ୍ର, ମହିଳା ସମିତିର ସଭାପତି ସୁଶ୍ରୀ ଇନ୍ଦୁ ଦାସ, ସଭ୍ୟବୃନ୍ଦ ପ୍ରଣତି ଆଚାର୍ଯ୍ୟ, ଉମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ୱାଇ ଆର ରେଡି ଏହି ଆଧାର କେନ୍ଦ୍ର ଦାୟିତ୍ୱରେ ରହିଥିବା ବେଳେ ଏମଡିଏର ସମ୍ପାଦକ ଶ୍ରୀ ଷଡଙ୍ଗୀ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ ଦିନ ଏହି ଆଧାର କେନ୍ଦ୍ରଟି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଖୋଲା ରହିବା ସହ ଏଠାରେ ନୂତନ ଆଧାର କାର୍ଡ, ସଂଶୋଧନ ଏବଂ ଯେଉଁମାନଙ୍କର ୧୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ତାହାର ନବୀକରଣ ସେମାନେ ଏଠାକୁ ଆସି କରାଇପାରିବେ ବୋଲି ଏମଡିଏ ପକ୍ଷରୁ ସୂଚନା ଦିଆଯାଇଛି ।
