ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ ଛାତରୁ ଛାତରୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେଡିସିନ୍ ଓ୍ୱାର୍ଡର ୩ ମହଲା କୋଠା ଉପରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ଯୁବତୀ ରଜନୀ ମେଲେକା ଓ ତାଙ୍କ ଘର ତୁମ୍ବିଗୁଡାରେ ବୋଲି ଜଣା ପଡ଼ିଛି ।
ସୂଚନା ଯେ, ଜ୍ୱର ଯୋଗୁଁ ଗତ ୭ ତାରିଖରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ମେଡିସିନ୍ ଓ୍ୱାର୍ଡରେ ଚିକିତ୍ସା ଚାଲିଥିଲା । ଶୁକ୍ରବାର ରାତିରେ ବାଥରୁମ ଯାଇ ଆଉ ଫେରି ନଥିଲେ ମହିଳା । ବହୁ ଖୋଜାଖୋଜି ପରେ ରକ୍ତାକ୍ତ ଅବସ୍ଥାରେ ତିନି ମହଲା ତଳେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । କେମିତି ଓ କେଉଁ ପରିସ୍ଥିତିରେ ସେ ଏଭଳି କାମ କଲେ ସେନେଇ ସ୍ପଷ୍ଟ ସୂଚନା ମିଳିଲାନି । ରୋଗାକ୍ରାନ୍ତ ଯୋଗୁଁ ମାନସିକ ଚାପରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ରାୟଗଡ଼ା ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତ ସତ୍ତ୍ୱେ ଜଣେ ରୋଗୀ କିଭଳି ହସ୍ପିଟାଲ ଛାତ ଉପରକୁ ଗଲେ ସେନେଇ ପ୍ରଶ୍ନ ଉଠିଛି ।
