ଟ୍ରେନରେ କଟି ଯୁବକଙ୍କର ମୃତ୍ୟୁ
କେନ୍ଦ୍ରାପଡ଼ା : ହରିଦାସପୁର-ପାରାଦ୍ୱୀପ ରେଳପଥର କେନ୍ଦ୍ରାପଡା ସହର ସଂଲଗ୍ନ ଶୟାମସୁନ୍ଦରପୁର ଓଭର ବ୍ରିଜ ନିକଟରେ ଯାଇଥିବା ରେଳପଥ ଉପରେ ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦ୍ରାପଡା ସହର ବଡହାଟ ଗ୍ରାମର ଘନଶ୍ୟାମ ସାହୁଙ୍କ ପୁଅ କିଶୋର ଚନ୍ଦ୍ର ସାହୁ(୪୦) କୈାଣସି କାର୍ଯ୍ୟରେ ଟ୍ରେନ ଲାଇନ ଉପରକୁ ଚାଲି ଯାଇଥିଲେ । ତେବେ ଏହି ସମୟରେ ଏକ ଦୃତଗାମୀ ମାଲଗାଡି ତାଙ୍କ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ରେଳ ବିଭାଗ ପୋଲିସ ଶବ ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।
