ଡ୍ୟୁଟି ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍, ମହିଳା ହୋମଗାର୍ଡଙ୍କ ମୃତ୍ୟୁ
ରାଉରକେଲା : ରାଉରକେଲା ହନୁମାନ ବାଟିକା ନିକଟରେ ଦୁର୍ଘଟଣା । ଡ୍ୟୁଟି ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍ । ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଜୋହାନୀ ତୀର୍କୀ।
ସୂଚନା ଯେ, ରାଉରକେଲାରେ ହକି ପୁରୁଷ ବିଶ୍ୱକପ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏଥିପାଇଁ ନିୟୋଜିତ ହୋଇଛନ୍ତି ଅନେକ ପୋଲିସ କର୍ମଚାରୀ ଓ ସୁରକ୍ଷା ବାହିନୀ । ହକି ଷ୍ଟାଡିୟମ୍ ଗେଟ ନମ୍ୱର୍ ୬ରେ ଥିଲା ଡ୍ୟୁଟି । ବନ୍ଧମୁଣ୍ଡାରୁ ଡ୍ୟୁଟି ପାଇଁ ଯାଉଥିବା ବେଳେ ସକାଳ ପ୍ରାୟ ୭ଟା ସମୟରେ ଧକ୍କା ଦେଇଥିଲା ଟ୍ରକ୍ । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଉଦିତନଗର ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି। ଶବ ଜବତ କରି ଆରଜିଏଚକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାର ଜଣାପଡ଼ିଛି ।
