ବାଇକକୁ ପିଟିଲା ଟ୍ରକ୍ : ପ୍ରାଣ ହରାଇଲେ ବାପ ଓ ପୁଅ
ଭୁବନେଶ୍ୱର : ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଏଠାରେ ବାଇକକୁ ଟ୍ରକ ପିଟିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ମିଳିଥୂବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଲଖନା ପୁଲିସ୍ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି ।
