ଗାନ୍ଧୀ ଶାନ୍ତି ସେବକମାନଙ୍କର ଏକ ପ୍ରଶିକ୍ଷଣ ଶିବିର
କଟକ : ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ର ସ୍ୱେଚ୍ଛାସେବୀ ଗାନ୍ଧୀ ଶାନ୍ତି ସେବକମାନଙ୍କର ଏକ ପ୍ରଶିକ୍ଷଣ ଶିବିର କଟକ ସ୍ୱରାଜ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ନିରୋଦ କୁମାର ମନ୍ତ୍ରୀ ସ୍ୱଗାତ ଭାଷଣ ଦେଇଥିଲା ବେଳେ ଅଶ୍ୱନୀ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗାନ୍ଧୀ ଶାନ୍ତି ସେବକ ସମାଜର ପ୍ରମୁଖ ଅଜିତ୍ କୁମାର ମହାପାତ୍ର ବିଶିଷ୍ଟ ଗାନ୍ଧୀବାଦି ଡକ୍ଟର ପାବକ କାନୁନଗୋଙ୍କୁ ଗାନ୍ଧୀଜୀଙ୍କ ସ୍ମୃତି ସ୍ୱରୂପ ଶାନ୍ତିର ପ୍ରତୀକ ଗାନ୍ଧୀ ଟେପି ପିନ୍ଧାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡକ୍ଟର କାନୁନଗୋ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଗାନ୍ଧୀଜୀଙ୍କ ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ସେବକମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରଂଜନ କୁମାର ଯତି, ବିନ୍ଦୁସାଗର ଓଝା, ମୀରା ବେଉରା, ସନ୍ତୋଷ କୁମାର ପାଲ ଓ ସମ୍ପାଦକ ଡ. ବିଭୁଦତ୍ତ ଖଣ୍ଡାୟତ ରାୟ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାକେଶ କୁମାର ଶତପଥୀ, ବାପୁନ ପଣ୍ଡା, ଅମିତ ସାହୁ, ବିଜୟ କୁମାର ମହାଲିକ, ବନଜୋସ୍ନା ମହାପାତ୍ର, ପ୍ରଦୀପ ସାମଲ, ଜ୍ୟୋତି ସାମଲ, ସନାତନ ତରାଇ, ରାମେଶ୍ୱରୀ ସାହୁ, ପ୍ରିୟଙ୍କା ପାଲ, ବିଜୟଲକ୍ଷ୍ମୀ ବେଉରା, ମହେଶ ଚନ୍ଦ୍ର ଦାସ, ତନୁଶ୍ରୀ ବାରିକ, ବିକ୍ରମ ବାରିକ, ବାସୁଦେବ ଗୌଡ, ଅନିଲ କୁମାର ଦାସ, ଦିପ୍ତି ରଂଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସର୍ବଶେଷରେ ଡ. ଓଁକାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
