ଚଳିତ ବର୍ଷ ବାରିପଦାରେ କମିଛି ପକ୍ଷୀସଂଖ୍ୟା ୭୩ ପ୍ରଜାତିର ମୋଟ ୧୧ ହଜାର ୯୬୫ ପକ୍ଷୀ ଚିହ୍ନଟ
ଆସିଥିବା ପକ୍ଷୀ ମଧ୍ୟରୁ ଅଧିକାଂଶ ବିଦେଶୀ ପକ୍ଷୀ
ବାରିପଦା : ଚଳିତ ଥର ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଚଳିତବର୍ଷ ପକ୍ଷୀସଂଖ୍ୟା କମିଥିବାର ଜଣାଯାଇଛି । ବାରିପଦା ବନଖଣ୍ଡର ୭ଟି ରେଂଜରେ ୭୩ ପ୍ରଜାତିର ପକ୍ଷୀ ଥିବା ବେଳେ, ମୋଟ ପକ୍ଷୀ ସଂଖ୍ୟା ୧୧ ହଜାର ୯୬୫ ବୋଲି ଗଣନା ରିପର୍ଟରୁ ଜଣାଯାଇଛି । ତେବେ ବାରିପଦା ରେଂଜରେ କେବଳ ୫ ହଜାର ୧୩୫ଟି ପକ୍ଷୀ ରହିଥିବା ଗଣନାରୁ ଜଣା ଯାଇଛି । ତେବେ ବିଗତବର୍ଷ ବାରିପଦା ବନଖଣ୍ଡରେ ମୋଟ ୧୨ହଜାର ୪୯୯ଟି ପକ୍ଷୀ ଥିଲେ । ତେବେ ଜମ୍ଭୀରା ଓ ହଳଦିଆ ଭଳି ବିଭିନ୍ନ ଜଳାଶୟ ପୁନରୁଦ୍ଧାର କାମ ଚାଲିଥିବାରୁ ପକ୍ଷୀ ସଂଖ୍ୟା କମିଥିବାର ବାରିପଦା ବନଖଣ୍ଡ ଅଧିକାରୀ କହିଛନ୍ତି । ପକ୍ଷୀ ସଂଖ୍ୟା କମିଥିଲେ ମଧ୍ୟ ଚଳିତ ବର୍ଷ ମୋଟ ୭ ପ୍ରଜାତିର ପକ୍ଷୀ ମଧ୍ୟରୁ ଅଧିକାଂଶ ବିଦେଶୀ ପକ୍ଷୀ ଆସିଛନ୍ତି । ତେବେ ଗତ ୧୦ ତାରିଖରୁ ବାରିପଦା ବନଖଣ୍ଡର ୭ଟି ରେଂଜର ୪୬ଟି ସନ୍ତସନ୍ତିଆଭୂମି, ନଦୀକୂଳ, ଜଳାଶୟ ରେ ୭ଟି ଟିମ ଗଠନ କରାଯାଇ ପକ୍ଷୀଗଣନା ହୋଇଥିଲା ।
