ଏଫ୍ଏମ୍ୟୁ ମାନବ ସମ୍ବଳ ବିକାଶ କେନ୍ଦ୍ର ଅନୁକୁଲ୍ୟରେ ସାତ ଦିନିଆ ଗବେଷଣା ପଦ୍ଧତି ବିଷୟରେ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫ୍ଏମ୍ୟୁ) ମାନବ ସମ୍ବଳ ବିକାଶ କେନ୍ଦ୍ର ଅନୁକୂଲ୍ୟରେ ଗବେଷଣା ପଦ୍ଧତି ବିଷୟରେ ଏକ ସାତ ଦିନିଆ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଗବେଷଣାରତ ଛାତ୍ରୀଛାତ୍ର ତଥା ନୂତନ ଭାବେ ନିଯୁକ୍ତି ପାଇଥିବା ଅଧ୍ୟାପିକାଅଧ୍ୟାପକମାନଙ୍କ ଉନ୍ନତି ନିମିତ୍ତ ଅୟୋଜନ କରଯାଇଥିବା ଏହି କର୍ମଶାଳାରେ ୪୦ ଜଣ ଅଂଶଗ୍ରହଣ କରିଛନ୍ତି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଅଂଶଗ୍ରହଣ କରୁଥିବା ସମସ୍ତ ଛାତ୍ରୀଛାତ୍ର ଓ ଅଧ୍ୟାପିକାଅଧ୍ୟାପକମାନଙ୍କୁ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ମୁନେଶ ଚନ୍ଦ୍ର ଅଧିକାରୀ ବିଶ୍ୱବିଦ୍ୟାଳୟ ତରଫରୁ ଏହିପରି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ହେତୁ ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଓ ସଦସ୍ୟ ବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ । କର୍ମଶାଳାର ପ୍ରାରମ୍ଭିକ ସଭାରେ ସ୍ନାତକୋତ୍ତର ଭୂଗୋଳ ବିଭାଗର ସହଯୋଗୀ ପ୍ରଫେସର ନିହାର ରଞ୍ଜନ ରାଉତ ସ୍ୱାଗତ ଭାଷଣ ରଖିଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଫେଡେରେଲ ୟୁନିଭର୍ସିଟି ଅଫ ପରାଇବା, ବ୍ରାଜିଲର ପ୍ରଫେସର ସେଲସୋ ଆଭାସୀ ମାଧ୍ୟମରେ ଗବେଷଣା ସମ୍ପର୍କିତ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ମାଲେସିଆ ୟୁନିଭର୍ସିଟିର ପ୍ରଫେସର ଆବୁ ହିନା ମୁସ୍ତାଫା କମାଲ ଓ ଦକ୍ଷିଣ ଆଫ୍ରିକାର ପ୍ରଫେସର ଏହମଦ ମୁକାଲାଜୀ କ୍ଲୁମ୍ବ ଗବେଷଣା ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପ୍ରତାପ କୁମାର ରଥ କର୍ମଶାଳାରେ ଅଂଶଗ୍ରହଣ କରୁଥିବା ଅଧ୍ୟାପିକାଅଧ୍ୟାପକ ତଥା ଗବେଷଣାରତ ଛାତ୍ରୀଛାତ୍ରମାନଙ୍କୁ ଶୁଭେଛା ଜଣାଇବା ସହ ଗବେଷଣା କ୍ଷେତ୍ରରେ ଆବଶ୍ୟକ ହେଉଥିବା ସହାୟତାର ହାତ ବଢାଇଥିଲେ । ବିବେକାନନ୍ଦ ନାୟକ ସଭା ପରିଚାଳନା କରିଥିଲେ । ରବି ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
