କାବୁଲ ବିମାନବନ୍ଦରରେ ଗୁଳିମାଡ଼ରେ ଜଣେ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ
କାବୁଲ : କାବୁଲ ବିମାନବନ୍ଦରରେ ସୋମବାର ଅଜଣା ବନ୍ଧୁକଧାରୀ, ପଶ୍ଚିମ ସୁରକ୍ଷା ବଳ ଏବଂ ଅଫଗାନ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଅଫଗାନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି ।
ଜର୍ମାନୀ ସେନା ଟ୍ୱିଟରରେ ଏନେଇ ସୂଚନା ଦେଇ କହିଛି, ଗୁଳି ବିନିମୟରେ ଜଣେ ଅଫଗାନ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି ଏବଂ ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଏହାପରେ ଏହି ସଙ୍ଘର୍ଷରେ ଆମେରିକା ଓ ଜର୍ମାନୀର ସୁରକ୍ଷାବଳ ମଧ୍ୟ ସାମିଲ୍ ହୋଇଛନ୍ତି ।
