ବଉଳଗଡ଼ିଆ ଅଂଚଳରେ ଚାଲିଛି ବେଧଡ଼କ ମୋରମ ଚାଲାଣ
ନୀଳଗିରି : କିଛିଦିନ ଧରି ନୀଳଗିରି ବଉଳଗଡ଼ିଆ ଅଂଚଳରେ ଚୋରାରେ ଖୁଲମଖୋଲା ପ୍ରତିଦିନ ଟ୍ରିପଟ୍ରିପ୍ ମୋରମ ଚାଲାଣ କରାଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ରାତି ଅଧିଆ ଚଢ଼ାଉ କରି ବେଆଇନ ମୋରମ ଡମ୍ପରରୁ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ବଉଳଗଡ଼ିଆ ଅଂଚଳରୁ ପ୍ରତିଦିନ ଟ୍ରିିପ ଟ୍ରିପ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଲକ୍ଷ ଳକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି । ନୀଳଗିରି ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ ଦେଖି ମୋରମ ମାଫିଆଙ୍କ ନିଦ ହଜି ଯାଇଛି । ଏହି ଚଢ଼ାଉରେ ସନ୍ତରାଗଡ଼ିଆ ଆର.ଆ.ଇ. ମିଥୁନ କୁମାର ସେଠୀ ସାମିଲ ଥିଲେ । ତହସିଲଦାରଙ୍କ ଏଭଳି ଚଢ଼ାଉକୁ ସାଧାରଣରେ ପ୍ରଶଂସା କରାଯାଉଛି ।
