ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ବିଶ୍ୱବିଦ୍ୟାଳୟରେ ଶୋଭାଯାତ୍ରା
ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ଯୁବ ଦିବସ ଅବସରରେ ସ୍ନାତକୋତୋର ସମାଜ ସେବା ଓ ଯୋଗ ତଥା ପ୍ରାକୃତିକ ଚିକିତ୍ସା ବିଭାଗ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସମାଜ ସେବା ବିଭାଗ ଏବଂ ଯୋଗ ତଥା ପ୍ରାକୃତିକ ଚିକିତ୍ସା ବିଭାଗର ଛାତ୍ରଛାତ୍ରୀ ମାନେ ଏହି ଶୋଭାଯାତ୍ରାରେ ଯୋଗଦେଇ ଥିବା ବେଳେ, ପ୍ରମୋଦ କୁମାର ଶତପଥୀ ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ସମାଜ ସେବା ବିଭାଗର ମୁଖ୍ୟ ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥୀ ଓ ଅଧ୍ୟାପକ ସୁଜୟ କୁଣ୍ଡୁ ଏବଂ ଯୋଗ ତଥା ପ୍ରାକୃତିକ ଚିକିତ୍ସା ବିଭାଗ ଅଧ୍ୟାପକ ଦୀପକ କୁମାର ନାୟକ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ କାର୍ଯ୍ୟବିଭାଗର ଅମିତ କୁମାର ମହାପାତ୍ର, ସତ୍ୟଭାମା ଦାସ, ଗୁରୁକୃଷ୍ଣ ଦାସ, ଲିପିକା ପ୍ରିୟଦର୍ଶୀନି ଜେନା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।
