ବିଚାରାଧୀନ କଏଦୀ ମୃତ
କେନ୍ଦୁଝର : କେନ୍ଦୁଝର ଜିଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ କଏଦୀ ଜଣକ ହେଲେ ତେଲକୋଇ ଥାନା କାଳିମା ଗାଁର କୀର୍ତ୍ତନ କିସାନ ।
ଶନିବାର ସକାଳୁ କୀର୍ତ୍ତନ ଚାହା ପିଇବାକୁ ଗ୍ଲାସ୍ ନେଉଥିବା ସମୟରେ ମୁଣ୍ଡ କାନ୍ଥରେ ବାଜି ଆହତ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସର ତଦନ୍ତ ଆରମ୍ଭ । ସୂଚନା ଯେ, ଗତ ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ସେ ତାଙ୍କ ନିଜ ଜ୍ୱାଇଁଙ୍କୁ ହତ୍ୟା କରି ବିଚାରାଧୀନ କଏଦୀ ଭାବେ କାରାଗାରରେ ଥିଲେ । ଏହି ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ଓ ଜଣେ ପୁଅ ଜେଲରେ ଥିବାବେଳେ ଜଣେ ପୁଅ କିଛି ଦିନ ତଳେ ବେଲରେ ଯାଇଥିବାର ଜଣାପଡିଛି ।
