ଇସ୍ରାଏଲରୁ ଠାବ ହେଲା କରୋନାର ନୂଆ ଭାରିଏଂଟ
ଜେରୁଜେଲମ: ପୁଣିଥରେ ମହାମାରୀ କରୋନାକୁ ନେଇ ଚିନ୍ତା ବଢ଼ିବା ଭଳି ଖବର ସାମ୍ନାକୁ ଆସିଛି । ଇସ୍ରାଏଲରୁ ଠାବ ହୋଇଛି କରୋନାର ନୂଆ ଭାରିଏଂଟ । ଦୁଇ ଜଣଙ୍କ ଶରୀରରୁ ଏହି ନୂଆ ଭାରିଏଂଟ ଠାବ ହୋଇଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ମିଳିଥିବା ଓମିକ୍ରନର ଦୁଇଟି ସବ୍ ଭାରିଏଂଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି ।
ବିଏ.୧ ଓ ବିଏ.୨ ଭାବେ ଜଣାଶୁଣା ଏହି ଦୁଇ ଭାରିଏଂଟ ମିଳିତ ଭାବେ ନୂଆ ଷ୍ଟ୍ରେନରେ ପରିଣତ ହୋଇଛନ୍ତି । ଏବେ ଏହା ଦୁଇ ଜଣ ଇସ୍ରାଏଲ ଫେରନ୍ତାଙ୍କ ଶରୀରରୁ ଠାବ ହୋଇଛି । ଏହି ଦୁଇ ବ୍ୟକ୍ତି ଇସ୍ରାଏଲର ବେନ ଗୁରିଅନ ଏୟାରପୋର୍ଟରେ ଅବତରଣ କରିଥିଲେ । ଏହାପରେ ସେମାନଙ୍କର ଆରଟି ପିସିଆର ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା । ଏହି ସମୟ ମିଳିତ ଭାରିଏଂଟ ଉଭୟଙ୍କ ଶରୀରରୁ ଠାବ ହୋଇଛି ।
