ଖୁବଶୀଘ୍ର ୧୨ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ଆସିବ ଛୁଞ୍ଚିମୁକ୍ତ ଟିକା, ମୂଲ୍ୟ ରହିଛି ୧୯୦୦ ଟଙ୍କା!
ନୂଆଦିଲ୍ଲୀ : ଜାଇଡସ୍ କାଡିଲାର କୋଭିଡ ଟିକା ‘ଜିକଭ-ଡ଼ି’ର ମୂଲ୍ୟ ଉପରେ କେନ୍ଦ୍ର ସରକାର ଏବଂ ଜାଇଡସ୍ କାଡିଲା ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଫାର୍ମା କମ୍ପାନୀ ଏହାର ତିନି-ଡୋଜ୍ ପାଇଁ ୧୯୦୦ ଟଙ୍କା ମୂଲ୍ୟ ପ୍ରସ୍ତାବ ଦେଇଛି । ଯାହା ୧୨ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦିଆଯାଇପାରିବ। ଏହି ଟିକାର ମୂଲ୍ୟ ହ୍ରାସ ପାଇଁ ସରକାର ଆଲୋଚନା କରୁଛନ୍ତି ଏବଂ ଏହି ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ବୋଲି ବିକାଶ ସୂତ୍ରରୁ ପ୍ରକାଶ ।
ସୂଚନା ଯେ, ଜାଇଡସ୍ କାଡିଲା ଦ୍ୱାରା ଏହି ଟିକା ସ୍ୱଦେଶୀ-ବିକଶିତ ଓ ବିଶ୍ୱର ପ୍ରଥମ ଡିଏନ୍ଏ ଆଧାରିତ ଛୁଞ୍ଚିମୁକ୍ତ ଟିକା । ଖୁବ୍ ଶୀଘ୍ର ଦେଶବ୍ୟାପୀ ଏହି ଟିକା ମିଳିପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। କମ୍ପାନୀ ଏହାର ତିନି-ଡୋଜ୍ ଜାବ ପାଇଁ ୧୯୦୦ ଟଙ୍କା ମୂଲ୍ୟ ପ୍ରସ୍ତାବ ଦେଇଛି। ତେବେ ଟୀକାକରଣର ମୂଲ୍ୟ ସମ୍ବନ୍ଧୀୟ ସମସ୍ତ ଦିଗକୁ ପୁନର୍ବିଚାର କରିବାକୁ କମ୍ପାନୀକୁ କୁହାଯାଇଛି। ଏହି ସପ୍ତାହରେ ଟିକା ମୂଲ୍ୟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ବୋଲି ଏକ ସୂତ୍ରରୁ ପ୍ରକାଶ।
