ଚଳନ୍ତା ମାଲବୋଝେଇ ମିନି ଟ୍ରକ୍ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ରୂପସା : ବାଲେଶ୍ୱର ଜିଲା ୬୦ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ଟୋଲ ଗେଟ୍ ଛକ ନିକଟରେ ସୋମବାର ଏକ ଚଳନ୍ତା ମାଲବୋଝେଇ ମିନି ଟ୍ରକ୍ରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଟ୍ରକ୍ଟି ହୁତୁ ହୁତୁ ହୋଇ ଜଳି ଯିବାର ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ବସ୍ତା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଟ୍ରକ୍ଟି ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ଟୋଲ ଗେଟ୍ ଛକ ନିକଟରେ ନିଆଁ ଲାଗିଥିବା ଜାଣି ଡ୍ରାଇଭର ଜଣକ ଟ୍ରକରୁ ଡେଇଁ ପଡ଼ି ଜୀବନ ବଞ୍ଚାଇଥିଲେ । ବସ୍ତା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ଘଟଣା ସ୍ଥଳରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ପହଞ୍ଚିଥିଲେ । ଖବରପାଇ ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସ ପହଞ୍ôଚ ଘଟଣାର ତଦନ୍ତ ଜାରି ରଖିଛି ।
