ସମୁଦ୍ରରେ ବୁଡି ନାବାଳକର ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଯମୁନାଶୂଳ ବେଳାଭୂମିସ୍ଥ ସମୁଦ୍ରରେ ରବିବାର ପୂର୍ବାହ୍ନରେ ଦଶ ବର୍ଷର ନାବାଳକ ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ମୃତ ନାବାଳକ ଜଣ ହେଲେ କଟ୍ରାମହଲ୍ ଗ୍ରାମର ଶାନ୍ତନୁ ଦଳେଇଙ୍କ ପୁଅ ଶୁଭ (୧୦) ।
ପ୍ରପ୍ତ ସୂଚନା ଅନୁସାରେ କଟ୍ରାମହଲ୍ ଗ୍ରାମର ଶାନ୍ତନୁ ଦଳେଇ ଙ୍କ ଦଶ ବର୍ଷ ର ପୁଅ ଶୁଭ ମାଆ ସହିତ ଯମୁନାଶୂଳ ସମୁଦ୍ର ପାଖକୁ ଜାଳେଣି ସଂଗ୍ରହ କରିବାକୁ ଜାଇଥିଲେ। ମା ଜାଳେଣି ସଂଗ୍ରହ କରୁଥିବା ବେଳେ ଶୁଭ କିଛି ପିଲାଙ୍କ ସହିତ ସମୁଦ୍ରରେ ଗାଧାଉଥିବା ସମୟରେ ସମୁଦ୍ର ଢେ଼ଉରେ ଭାସି ଯାଇ ବୋଡି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ। ହେଲେ ଡାକ୍ତର ସେଠାରେ ଶୁଭ ଙ୍କୁ ମୃତ ଘୋଷଣା କରିଥିଲେ।ଶୁଭ ଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳ ଶୋକାକୋଳ ପରିବେଷ ସୃଷ୍ଟି ହୋଇଛି ।
