ହରଦଳି ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ବୋରିଗୁମ୍ମ : ବୋରିଗୁମ୍ମା ଥାନା ଅନ୍ତର୍ଗତ ହରଦଳି ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଥାନା ଆଇଆଇସି ଖିରେଶ୍ୱର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଭୀମ ବାତବୋଇ ଯୋଗ ଦେଇଥିଲେ।ଥାନା ଆଇଆଇସି ଶ୍ରୀ ସାହୁ କହିଥିଲେ ପ୍ରତି ଗ୍ରାମରେ ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସ ଗାଁ ରେ ପହଁଚି ଆମ ପୋଲିସ ସମିତି ବୈଠକ କରୁଛନ୍ତି।ହରଦଳି ପଞ୍ଚାୟତ ରେ ବାଲ୍ୟ ବିବାହ ହେଉଛି ବୋଲି ସରପଞ୍ଚ କହିଥିଲେ।ଆଇଆଇସି ଶ୍ରୀ ସାହୁ ବାଲ୍ୟ ବିବାହ ରୋକିବା ପାଇଁ ପୋଲିସ ସମେତ ସିଡିପିଓ,ଚାଇଲଡ଼ ଲାଇନ ଓ ଚାଇଲଡ଼ କେର ଭଳି ସଂସ୍ଥା ରହିଛି।ଏଣୁ କୌଣସି ଗାଁ ରେ ବାଲ୍ୟ ବିବାହ ଖବର ପାଇଲେ ତୁରନ୍ତ ଜଣାଇବା ପାଇଁ କହିଥିଲେ।ହେଲମେଟ ପିନ୍ଧି ବାଇକ ଚଳାଇବା ପାଇଁ ପରାମର୍ଶ ଦେବା ସହ ନାବାଳକ ମାନଙ୍କୁ ବାଇକ ଦିଅନ୍ତୁ ନାହିଁ ବୋଲି ଅଭିଭାବକ ମାନଙ୍କୁ କହିଥିଲେ।ଜାନୁଆରୀ ମାସ ରୁ ଏପର୍ଯ୍ୟନ୍ତ ବୋରିଗୁମ୍ମା ଥାନା ଅଧିନ ରେ ୨୨ ଜଣ ଙ୍କ ରାସ୍ତା ଦୁର୍ଘଟଣା ରେ ପ୍ରାଣ ହରାଇଥିବା କହିଥିଲେ।ସେଥି ମଧ୍ୟରୁ ବହୁ ଲୋକ ହେଲମେଟ ପିନ୍ଧି ନ ଥିବା ଆଇଆଇସି ଶ୍ରୀ ସାହୁ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆମ ପୋଲିସ ସମିତି ର ସ୍ଥାୟୀ ସଭ୍ୟ କେ.ନାଗରାଜ ଦୋରା ଯୋଗ ଦେଇ ପୋଲିସ ଗାଁ ରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି।ରାଜ୍ୟ ସରକାରଙ୍କ ଆମ ପୋଲିସ ସମିତି ବୈଠକରେ ପୋଲିସ ଗାଁ ଗାଁ ରେ ପହଁଚି ଲୋକଙ୍କ ସମସ୍ୟା ବୁଝିବା ସହ ଗଠନ ମୂଳକ ପଦକ୍ଷେପ ନେଉଥିବା କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ପିଇଓ ମହେନ୍ଦ୍ର ପଣ୍ଡା,ସ୍ଥାୟୀ ସଭ୍ୟ ନୃସିଂହ ନାଥ ପାଣିଗ୍ରାହୀ, ନିରଞ୍ଜନ ପ୍ରଧାନ,ସାମ୍ବାଦିକ କେ.ସାକିଲି ଦୋରା,ରଞ୍ଜନ କୁମାର ମିଶ୍ର, ଏନ.ପିମ୍ପସ କୁମାର,ଚିଣ୍ଟୁ ପଣ୍ଡା,ଅମରିତ ଖୋସଲା, ପିଏସଆଇ ଶ୍ରୀନିବାସ ପାଲକା, ହାବିଲଦାର ଦିବ୍ୟ ରଞ୍ଜନ ନାୟକ,ଅଙ୍ଗନବାଡି କର୍ମୀ, ଗ୍ରାମବାସୀ ଆମ ପୋଲିସ ସମିତି ବୈଠକରେ ଉପସ୍ଥିତ ଥିଲେ।
