ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା, ଘଟଣାସ୍ଥଳରେ ମାଓ ପୋଷ୍ଟର
ଭବାନୀପାଟଣା : ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣକୁ ହତ୍ୟା କରିଛନ୍ତି । କଳାହାଣ୍ଡି ଜିଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ଦୁର୍ଗମ ତଲ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀମାନେ ଘରୁ ଉଠାଇ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ସୂଚନା ମିଳିଛି ।
ଅଞ୍ଚଳର କିଛି ଲୋକ ମଧ୍ୟ ପୋଲିସ ଇନଫର୍ମର ଥିବା ଲାଲ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କମ୍ବିଂ ଅପରେସନ ଜାରି ରହିଛି ।
