ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
ଇମ୍ଫାଲ : ମଣିପୁରର ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତ ଶନିବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଇମ୍ଫାଲରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୪ କିଲୋମିଟର ରହିଥିଲା । ଏହାର ଅକ୍ଷାଂଶ ୨୫.୦୭ ହୋଇଥିବାବେଳେ ଦ୍ରାଘିମା ୯୩.୪୮ ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ତେବେ ଏହାପୂର୍ବରୁ ମଣିପୁରର ମୋଇରାଙ୍ଗରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ହୋଇଥିଲା । ଏଥିସହ ଅକ୍ଟୋବର ୧୬ରେ ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ମଧ୍ୟ ଅନୁଭୂତ ହୋଇଥିଲା ।
