ମୁଖ୍ୟମନ୍ତ୍ରୀଙ୍କୁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ ପକ୍ଷରୁ ଦାବିପତ୍ର
କେନ୍ଦ୍ରାପଡ଼ା : ଓଡିଶା ରାଜ୍ୟ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଏକ ୫ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳ ସ୍ତରରେ ପ୍ରାୟ ୨୦ ହଜାର ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରୁଥିବା ବେଳେ ଦୀର୍ଘଦିନ ଧରି ସେମାନଙ୍କର ନାର୍ଯ୍ୟ ଦାବି ପ୍ରତି ସରକାର ଉଦାସୀନ ରହିଛନ୍ତି । ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳ ମଧ୍ୟରେ ସର୍ବନିମ୍ନ ପ୍ରାୟ ୪ଟି ପଦ୍ୟୋନ୍ନତି ପାଉଥିବା ବେଳେ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମାନେ ମାତ୍ର ଗୋଟିଏ ପଦ୍ୟୋନ୍ନତି ପାଉଛନ୍ତି । କିମ୍ବା ବିନା ପଦ୍ୟୋନ୍ନତିରେ ଅବସର ଗ୍ରହଣ କରୁଛନ୍ତି । ୫ ଦଫା ଦାବି ମଧ୍ୟରେ କ୍ୟାଡର ପୁନଗଠନ କରି ୪ଟି ପଦ୍ୟୋନ୍ନତି ଦେବା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୩.୧୧. ୨୦୨୦ ରେ ପ୍ରକାଶ ପାଇଥିବା ଚିଠିକୁ ପ୍ରତ୍ୟାହର କରି ଆରଏସିପି ଲାଗୁ କରିବା, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକା ସମୟକୁ ଚାକିରୀରେ ମିଶାଇ ୬ ଟି ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ପଦବୀର ନାମ ପରିବର୍ତନ ସହ ପୋଷାକ ଭତା ପ୍ରଦାନ କରିବା ଆଦି ଦାବି ଗୁଡିକ ରହିଛି । ୭ ଦିନ ମଧ୍ୟରେ ଏହି ଦାବି ଗୁଡିକ ପୁରଣ କରା ନଗଲେ ଚଳିତ ମାସ ୨୧ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଏହି ସ୍ୱାସ୍ଥ୍ୟକର୍ମୀ ମାନେ ସମସ୍ତ ପ୍ରକାର କାର୍ଯ୍ୟକୁ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ସଭାପତି ମିନତୀ ନାୟକଙ୍କ ନେତୃତ୍ୱରେ ସଂପାଦକ ଜୀବନ ଜ୍ୟୋତି ବେହେରା, ଅନିଲ କୁମାର ପରିଡା, ରାମାକନ୍ତ ପ୍ରଧାନ, ସୁରେନ୍ଦ୍ର ମାଝି, ପ୍ରଫୁଲ୍ଲ କୁମାର ଉପାଧ୍ୟାୟ ପ୍ରମୁଖ ଡେପୁଟି କଲେକ୍ଟର ରାଜେନ୍ଦ୍ର ଆଚାରିଆଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
