ଅଭାବନୀୟ ଘଟଣା ! କୁକୁଡ଼ା ଚପାଇ ଦେବାରୁ ବାଇକ୍ ଆରୋହୀଙ୍କୁ ଗଛରେ ବାନ୍ଧି ମାଡ଼
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ଜାମୁନିଆ ଗ୍ରାମର ଜଣେ ବାଇକ ଆରୋହୀ କୁକୁଡ଼ାକୁ ଚପାଇ ମାରି ଦେବା ଘଟଣାରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ବାଇକ ଆରୋହୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ବୁଧବାର ସକାଳ ସମୟରେ ଜାମୁନିଆ ଗ୍ରାମର ନରହରି ଲେଙ୍କା ନାମକ ଯୁବକ ରାଜମିସ୍ତ୍ରୀ କାମ କରିବାକୁ ବାଇକ୍ ଯୋଗେ ଯିବା ସମୟରେ ଗାଁ ଛକରେ ଏକ କୁକୁଡ଼ାକୁ ଚାପିଦେଇ ପଳାଉଥିଲେ । ସେହି ଗ୍ରାମର କିଛି ଲୋକ ତାଙ୍କୁ ଅଟକାଇ ଦ୍ରୁତ ଗତିରେ ବାଇକ ଚଳାଇବାକୁ ବିରୋଧ କରିଥିଲେ । ମରିଯାଇଥିବା କୁକୁଡ଼ାର କ୍ଷତିପୂରଣ ଦାବୀ କରିଥିଲେ । ସେ ରାଜି ନ ହେବାରୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କର ବାପା ଓ ସ୍ତ୍ରୀ ସେଠାରେ ପହଞ୍ôଚ ବୁଝାସୁଝା କରିଥିଲେ । ବାଇକ ଆରୋହୀ ଜଣକ ଗାଁ ରାସ୍ତାରେ ସବୁବେଳେ ଦ୍ରୁତ ଗତିରେ ବାଇକ ଚଳାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
