ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳର ଏକ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଏକ ବଡ ଧରଣର ଅଗ୍ନିକାଣ୍ଡ । ଉକ୍ତ ଅଞ୍ଚଳର ଏକ କାରଖାନାରେ ମଙ୍ଗଳବାର ଭୀଷଣ ଅଗ୍ନିକାଣ୍ଡ ଘଟି ଚାରିପାଖ ଧୂଆଁମୟ ହୋଇ ଯାଇଛି। ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ତେବେ ଏଥିରେ ଏଯାଏଁ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସୂଚନା ମିଳି ନାହିଁ।
