ଘର ପାଖରେ ଇଟା ଭାଟି ଧୂଆଁରେ ଅତିଷ୍ଠ ପରିବାର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତର ଗ୍ରାମ ଭିତରେ ଇଟା ଭାଟି କରିଥିବାରୁ ଇଟା ଭାଟିର ଧୂଆଁ ଓ ବାୟୁ ପ୍ରଦୂଷଣରେ ଯୋଗୁଁ କେତେକ ପରିବାର ଯମ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଅପରାହ୍ନରେ ଏହି ଗ୍ରାମର କେତେକ ଗ୍ରାମାବସୀ ମାନେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଘର ପାଖରେ ଇଟା ଭାଟି ହେବା ଫଳରେ ପ୍ରାୟ ଶତାଧିକ ଗ୍ରାମାବସୀ ଛୋଟ ଛୋଟ ଶିଶୁ, ବୟସ୍କ ବ୍ୟକ୍ତି, ମହିଳା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଏ ବିଷୟରେ ମହାକାଳପଡା ତହସିଲଦାର ଓ ଉକ୍ତ ଅଂଚଳର ଆରଆଇଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଏହି ବ୍ୟକ୍ତିମାନେ ବାଧ୍ୟ ହୋଇ ନ୍ୟାୟ ପାଇଁ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଇଟା ଭାଟି ବନ୍ଦ ନହେଲେ ଅସୁବିଧା ଭୋଗୁଥିବା ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
