ସଦର ବ୍ଲକରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତରଫରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁନିସିପାଲିଟି ସିଡ଼ିପିଓ ସବିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଦର ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ନରେନ୍ଦ୍ର ଖମାରି ଯୋଗଦେଇ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା କମିଟି ଗୁଡ଼ିକ ସକ୍ରିୟ କରିବା ସହିତ ଗ୍ରାମ୍ୟସ୍ତରରେ ଥିବା ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ୟା ଚିହ୍ନଟ କରିବା ପାଇଁ ବକ୍ତବ୍ୟ ରଖିଥିଲେ ।
ଅନ୍ୟତମ ଅତିଥି ଜିଲା ପରିଷଦ ସଦସ୍ୟା ବନଲତା ସେଠି ଶିଶୁ ଦେଶର ଭବିଷ୍ୟତ ସେମାନଙ୍କର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ସୁଜାତା ପଟ୍ଟନାୟକ, ସିଡିପିଓ ଯୁଥିକା ରାଣୀ ରାୟ, ସାମାଜିକ କର୍ମୀ ଉବାଚକ ମହାନ୍ତି ପ୍ରମୁଖ ଶିଶୁ ସୁରକ୍ଷା ସମ୍ପର୍କରେ ଥିବା ସରକାରୀ ଯୋଜନା ଓ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସୁପରଭାଇଜର ଶୁଭଶ୍ରୀ ଜେନା ଧନ୍ୟବାଦ ଦେଇ ଥିଲେ ।
