କଳାହାଣ୍ଡି ଜିଲ୍ଲା ରିଜର୍ଭ ପୋଲିସ ପଡିଆ ରେ ଭିନ୍ନ କ୍ଷମ ଅନ୍ଧ ମାନଙ୍କ ଏକ ଦିବସୀୟ କ୍ରିକେଟ ମ୍ୟାଚ
ଭବାନୀପାଟଣା : ଆଜି ବିଶ୍ୱ ଭିନ୍ନ କ୍ଷମ ଦିବସ ଉପଲକ୍ଷେ ସମର୍ଥ ଦୃଷ୍ଟି ହୀନ ସଂଘ କଳାହାଣ୍ଡି (ଘୋଟିଆ )ତରଫ ରୁ ଏକ ଦିବାସୀୟ କ୍ରିକେଟ ମ୍ୟାଚ ଜିଲ୍ଲା ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଳାହାଣ୍ଡି ଏବଂ ବରଗଡ ଜିଲ୍ଲା ଦୃଷ୍ଟି ହୀନ ସଂଘ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ରିଜର୍ଭ ପୋଲିସ ଆର. ଆଇ.ଶୁଭାରମ୍ଭ କରିଥିଲେ । ଟସ ପରେ ପ୍ରଥମେ ବରଗଡ ଦଳ ବେଟିଂ କରିଥିଲେ । ଏହା କୁ ସଂଘ ସଭାପତି କୁମାର ଶବର ଏବଂ ସମ୍ପାଦିକ ଧୀରେନ୍ଦ୍ର ଦଣ୍ଡସେନା ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ବରଗଡ ଦଳ ୧୪୬ରନ ପାଂଚ ୱିକେଟ କରିଥିବା ବେଳେ କଳାହାଣ୍ଡି ଦଳ ୧୪୭ରନ ସହ ସାତ ୱିକେଟ ରେ ବିଜୟୀ ହୋଇଥିଲେ ଏବଂ ଡମ୍ବରୁ ଧର ମାଝୀ ମେନ ଅଫ ଦି ମ୍ୟାଚ ହୋଇଥିଲେ । ବାସ୍ତବିକ ଭିନ୍ନ କ୍ଷମ ମଧ୍ୟ ସ୍ୱାବଲମ୍ବୀ ହୋଇ ପାରନ୍ତି ।
