ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆଗାମୀ ୫ ଦିନ ଏହି ସବୁ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ସୋମବାର ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ୩.୧ କିମି ଯାଏଁ ବ୍ୟାପିଛି। ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୋମବାର ମଧ୍ୟାହ୍ନ ବୁଲେଟିନରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟିଘୁର୍ଣ୍ଣିବଳୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପଶ୍ଚିମକେନ୍ଦ୍ରୀୟ ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଆଡକୁ ଗତିକରିବ। ୨୦ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୫ ଜିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭବନା ଅଛି ବୋଲି ପାଣିପାଗ କେନ୍ଦ୍ର କହିଛି।
#ସୃଷ୍ଟି ହେଲା #ଘୁର୍ଣ୍ଣିବଳୟ
— Meteorological Centre, Bhubaneswar (@mcbbsr) October 17, 2022
ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେଏକ #ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧କିମି ଯାଏଁ ବ୍ୟାପିଛି ପ୍ରଭାବରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ #୨୦ତାରିଖ ବେଳକୁ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି | pic.twitter.com/x3j3Sqy4iI
ମଙ୍ଗଳବାର ଓ ବୁଧବାର ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭବନା ଅଛି। ଗୁରୁବାର ବେଳକୁ ଉପକୂଳ ଓଡିଶା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ। ସେହିପରି ଶୁକ୍ରାବର ଦକ୍ଷିଣ ଉପକୂଳ ଓଡିଶା ଜଗତସିଂହପୁର, କଟକ, କନ୍ଧମାଳ, ବୌଦ୍ଧ, ରାୟଗଡା, ମାଲକାନଗିରି ଓ କୋରାପୁଟରରେ ବର୍ଷା ହେବ କିନ୍ତୁ ଏହି ସମୟରେ ଅନ୍ୟ ଜିଲ୍ଲା ଗୁଡିରେ ଶୁଖିଲା ପାଗ ରହିବ। ଅନ୍ୟପଟେ ରବିବାର ଦକ୍ଷିଣ ଓଡିଶା ଓ ପୁରୀରେ ବର୍ଷା ହେବା ସମ୍ଭାବନା ଅଛି।
#Forecast for Day-1 to Day-5#Warning for Day-1 to Day-5 : Nil pic.twitter.com/wUycwoh87d
— Meteorological Centre, Bhubaneswar (@mcbbsr) October 17, 2022
ତେବେ ଆସନ୍ତା ୫ ଦିନ ପାଇଁ ରାଜ୍ୟର କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇନାହିଁ। ଗତ ୨୪ଘଣ୍ଟା ମଧ୍ୟରେ ପୁରା ରାଜ୍ୟରେ ହାରାହାରି ୧ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ୩.୧ ମିମି ତୁଳନାରେ ୬୭ ପ୍ରତିଶତ କମ ଅଛି। ଅନୁଗୁଳର ପାଲଲହଡାରେ ସର୍ବାଧିକ ୬ ସେଣ୍ଟିମିଟର ବର୍ଷା ହୋଇଛି। ସେହିପରି ବୌଦ୍ଧରେ ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ନୟାଗଡରେ ସର୍ବନିମ୍ନ ୨୦ ଡିଗ୍ରୀ ରହିଛି।
