କାର ଓ ବାଇକକୁ ଧକ୍କା ଦେଲା ଟ୍ରକ, ୫ ମୃତ
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣେ-ଅହମଦନଗର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଟ୍ରକ କାର ଓ ବାଇକକୁ ଧକ୍କା ଦେବାରୁ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଘଟଣାସ୍ଥଳରେ ହିଁ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହସ୍ପିଟାଲରେ ହୋଇଛି। ଏହି ଘଟଣା ରବିବାର ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଘଟିଛି।
ଶିକାରପୁର ଥାନାର ଥାନାଧିକାରୀ କହିଛନ୍ତି, ପ୍ରାଥମିକ ସୂଚନା ଅନୁସାରେ କାରରେ ଥିବା ଦୁଇ ଜଣ ଲୋକ ଓ ମୋଟର ସାଇକେଲରେ ଥିବା ତିନିଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି।
