ଆକାଶମାର୍ଗରୁ ନିର୍ମାଣାଧୀନ ଅଯୋଧ୍ୟା ରାମ ମନ୍ଦିରର ଝଲକ, ଭିଡିଓ ସେୟାର କଲେ ଦେବେନ୍ଦ୍ର ଫଡନାଭିସ୍
ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରକୁ ନେଇ ଦେଶବିଦେଶରେ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାମ ମନ୍ଦିରର ଅଦୃଶ୍ୟ ଦୃଶ୍ୟ ସେୟାର କରିଛନ୍ତି । ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ଏହି ଦୃଶ୍ୟ ନିଆଯାଇଛି । ସେ ଆଶା କରିଛନ୍ତି କି, ଆସନ୍ତା ୨୦୨୪ ଜାନୁଆରିରେ ଅଯୋଧ୍ୟାରେ ରାମ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ। ଯେତେବେଳେ କି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ବିଜେପି ତଥା ଶିବସେନା ସଦସ୍ୟଙ୍କ ସହ ଏକ ଦିନିଆ ଅଯୋଧ୍ୟା ଗସ୍ତରେ ଯାଇଥିଲେ ।
This is how Prabhu Shri Ram Mandir construction work is going on in Ayodhya.
— Devendra Fadnavis (@Dev_Fadnavis) April 9, 2023
Ariel view from chopper on way to Ayodhya from Lucknow.
॥ Jai Shri Ram ॥#jaishriram #rammandir #ayodhya #ayodhyarammandir #uttarpradesh #ramlala #trending pic.twitter.com/LOZV9YkjVp
ଦେବେନ୍ଦ୍ର ଫଡନାଭିସ୍ ଏହି ଭିଡିଓ ସେୟାର କରି ଟ୍ୱିଟ କରି ଲେଖିଛନ୍ତି ଯେ, ଏହିପରି ଭାବେ ଅଯୋଧ୍ୟାର ପ୍ରଭୁ ରାମ ମନ୍ଦିରର ନିର୍ମାଣ ଜାରି ରହିଛି । ଲକ୍ଷ୍ନୌରୁ ଅଯୋଧ୍ୟା ଯାଉଥିବା ବେଳେ ଚପର ହେଲିକପ୍ଟରରୁ ଆକାଶମାର୍ଗର ଏହିପରି କିଛି ଦୃଶ୍ୟ ନଜର ଆସୁଛି । ।। ଜୟ ଶ୍ରୀରାମ ।।
#WATCH | Maharashtra CM Eknath Shinde performs Maha Aarti at the banks of Sarayu River in Ayodhya. pic.twitter.com/YQcWKooWi5
— ANI (@ANI) April 9, 2023
ସେପଟେ ଅଯୋଧ୍ୟାରେ ସାରୁ ନଦୀ କୂଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ‘ମହା ଆରତୀ’ରେ ଯୋଗ ଦେଇଥିଲେ।
ଏହାର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିନା ନାମ ନେଇ ଉଦ୍ଧବ ଠାକରେଙ୍କୁ ହିନ୍ଦୁତ୍ୱର ବିଚାରଧାରାକୁ ନେଇ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ କି, ରାମ ମନ୍ଦିର ନିର୍ମାଣ ନେଇ ସନ୍ଦେହ କରୁଥିବା ଲୋକଙ୍କ ଚିନ୍ତାଧାରା ଭୁଲ ବୋଲି ପ୍ରମାଣିତ ହେବ । ଏକନାଥ ସିନ୍ଦେ ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରି ମନ୍ଦିରର ନିର୍ମାଣ କାର୍ଯ୍ୟ ଦେଖିବା ପରେ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଧ୍ୟା ଯିବା ସିନ୍ଦେଙ୍କ ପ୍ରଥମ ଗସ୍ତ ।
ସୂଚନା ଯେ, ଗତ ୯ ନଭେମ୍ବର ୨୦୧୯ ଭାରତୀୟ ନ୍ୟାୟିକ ଇତିହାସର ଏକ ଚିରସ୍ମରଣୀୟ ଦିନ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦୀର୍ଘ ୭୦ ବର୍ଷ ଧରି ଚାଲି ଆସିଥିବା ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଶୁଣାଣି କରି ଐତିହାସିକ ରାୟ ଶୁଣାଇଥିଲେ । ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ମସ୍ଜିଦ୍ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ଦିଆଯିବ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ।
